ଲିମ୍‌କା ବାସ୍କେଟ୍‌ବଲ୍‌: କିଶୋର କ୍ଲବ୍‌ ରଖିଲା ମୁକୁଟ

ଭୁବନେଶ୍ୱର: ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ସଂଘ ପକ୍ଷରୁ ଚାଲିଥିବା ଚତୁର୍ଥ ଲିମ୍‌କା ସ୍ମାରକୀ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ କଳିଙ୍ଗ ବାସ୍କେଟ୍‌ବଲ୍‌ କ୍ଲବ୍‌କୁ ୬୫-୫୮ ପଏଣ୍ଟ୍‌ରେ ପରାସ୍ତ କରି କିଶୋର କ୍ଲବ୍‌ ବିଜେତା ହୋଇଛି। ସେମିଫାଇନାଲ୍‌ରେ କିଶୋର କ୍ଲବ୍‌ ୬୮-୫୦ରେ ୟଙ୍ଗଷ୍ଟର୍‌ ବାସ୍କେଟ୍‌ବଲ୍‌ କ୍ଲବ୍‌କୁ ଏବଂ କଳିଙ୍ଗ ବାସ୍କେଟ୍‌ବଲ୍‌ କ୍ଲବ୍‌ ୯୫-୯୦ରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଥିଲା। ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ଭୁବନେଶ୍ୱର କେନ୍ଦ୍ର ବିଧାୟକ ବିଜୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ସଂଘ ସଭାପତି ମକବୁଲ୍‌ ଅଲୀ, ଆୟୋଜନ ସମିତି ସମ୍ପାଦକ ପ୍ରଶାନ୍ତ ନାୟକ ଏବଂ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର