ଭୁବନେଶ୍ୱର: ଲିମ୍କା ସ୍ମାରକୀ ବାସ୍କେଟ୍ବଲ୍ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଭୁବନେଶ୍ୱର ବାସ୍କେଟ୍ବଲ୍ ସଂଘ ଏହି ପ୍ରତିଯୋଗିତାକୁ ଆୟୋଜନ କରୁଛି। ୟୁନିଟ୍-୧ ବାସ୍କେଟ୍ବଲ୍ କଂପ୍ଲେକ୍ସରେ ଫ୍ଲଡ୍ ଲାଇଟ୍ ତଳେ ମ୍ୟାଚ୍ ଖେଳାଯିବ। ଏଥିରେ ଭାଗ ନେବାକୁ ଆଗ୍ରହୀ ଖେଳାଳି ଓ ଦଳମାନେ ଆସନ୍ତା ୨୧ ତାରିଖ ସୁଦ୍ଧା ନିଜ ନିଜର ନାମ ପଞ୍ଜିକରଣ କରାଇନେବାକୁ ପ୍ରତିଯୋଗିତା ସମିତିର ଆବାହକ ପ୍ରଶାନ୍ତ କୁମାର ନାୟକ ଜଣାଇଛନ୍ତି। ଭୁବନେଶ୍ୱର ବାସ୍କେଟ୍ବଲ୍ ସଂଘ (ବିବିଏ)ର ସଭାପତି ମକ୍ବୁଲ୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଜନ ସମିତିରେ ନିଳମାଧବ ଦେଓ, ଜହେଦୁର୍ ରହମନ୍, ପ୍ରଦୀପ୍ତ ରଞ୍ଜନ ପଟ୍ଟନାୟକ, ସି ରବି, ଚିତ୍ତରଞ୍ଜନ ଦାସ, ପ୍ରଦୀପ୍ତ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ପାଣି, ଶ୍ରୀଧର ପଣ୍ଡା, ମୃତ୍ୟୁଞ୍ଜୟ ବେହୁରା ଏବଂ ରଞ୍ଜିତ୍ ଷଡ଼ଙ୍ଗୀ ସଦସ୍ୟ ରହିଛନ୍ତି।
ଲିମ୍କା ସ୍ମାରକୀ ବାସ୍କେଟ୍ବଲ୍ ୨୬ରୁ
/sambad/media/post_attachments/wp-content/uploads/2018/01/basket-ball.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)