ପଡ଼ିଆରେ ବିରୁଦ୍ଧାଚରଣ, ବାହାରେ ଭାଇଚାରା; ନିଜ ପ୍ରତିଦ୍ୱନ୍ଦ୍ୱୀର କୁନି ପୁଅକୁ ସ୍ନେହ ଯଚାଇ ଚର୍ଚ୍ଚାରେ ଏହି ଫୁଟ୍ବଲ୍ ଖେଳାଳି
ଫୁଟ୍ବଲ ଦୁନିଆର ଏବେ ପିଢ଼ିଙ୍କ ପାଇଁ ବେଶ୍ ଜଣେ ଜଣାଣୁଣା ଖେଳାଳି ହେଉଛନ୍ତି ଲିଓନେଲ୍ ମେସି। ଏଥିରେ ସନ୍ଦେହ ନାହିଁ ଯେ ତାଙ୍କର ପିଲା, ବୁଢ଼ା ଆଦି ବିଭିନ୍ନ ବର୍ଗର ପ୍ରଶଂସକ ଅଛନ୍ତି। ନିକଟରେ ମେସିଙ୍କର ଏକ କୌତୂକିଆ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ମେସି ତାଙ୍କର ପ୍ରତିଦ୍ୱନ୍ଦୀ ଖେଳାଳୀ ଆଣ୍ଡ୍ରେସ୍ ଗୁଆରଦାଦୋଙ୍କ ପୁଅ ମେକ୍ସିକୋ ସହ ଖେଳୁଛନ୍ତି।
ଦେଖିବାକୁ ମିଳୁଛି ଯେ ମାକ୍ସିକାନ୍ ଫୁଟବଲ୍ ଖେଳାଳି ଆଣ୍ଡ୍ରେସ୍ ଗୁଆରଦାଦୋ ତାଙ୍କ ପୁଅ ମାକ୍ସିକୋକୁ କାଖେଇଛନ୍ତି। ସେହି ସମୟରେ ସେଠାକୁ ଆସୁଛନ୍ତି ଆର୍ଜେଣ୍ଟିନାର ଲୋକପ୍ରିୟ ଖେଳାଳି ମେସି। ତାଙ୍କୁ ଦେଖି ଆଣ୍ଡ୍ରେସ୍ଙ୍କ ପୁଅ ମାକ୍ସିକୋ ବୁଲି ପଡ଼ି ଖୁସିରେ ‘ମେସି’ ବୋଲି ବୋଲି କହୁଛନ୍ତି। କୁନି ପିଲାଟି ତା’ପରେ ମେସିଙ୍କ ସହ ହାଇଫାଇ କରୁଥିବାର ଦେଖିବାକୁ ମିଳୁଛି। ମାକ୍ସିକୋର ଏପରି ଗୁଲୁଗୁଲିଆ ଆଚ୍ଚରଣରେ ଖୁସି ହୋଇ ଆଣ୍ଡ୍ରେସ୍ଙ୍କ ହାତରୁ ତାଙ୍କ ପୁଅକୁ ଟେକି ନେଉଛନ୍ତି ମେସି। ତା’ପରେ ମେକ୍ସିକୋଙ୍କ ପରି କୌତୂକିଆ ଶିଶୁଟି ସହ ଏକ ଫଟୋ ନେବାର ସୁଯୋଗ ହାତଛଡ଼ା ନକରି ମେସି ଫଟୋ ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳୁଛନ୍ତି।
ଏହି ଭିଡିଓ କ୍ଲିପ୍ଟିକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଆଣ୍ଡ୍ରେସ୍ଙ୍କ ପତ୍ନୀ। ସେ କ୍ୟାପ୍ସନ୍ ଦେଇଛନ୍ତି , ‘ଶେଷରେ ମୁଁ ସେହି ମୁହୂର୍ତ୍ତକୁ ଅପ୍ଲୋଡ କରିପାରିବି ଯେତେବେଳେ ମାକ୍ସିକୋ ମେସିଙ୍କୁ ଭେଟୁଛି।’