କୋଲକାତା: ଆଇପିଏଲର ୧୬ତମ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ କେକେଆରର ବ୍ୟାଟ୍ସମ୍ୟାନ ଲିଟନ୍ ଦାସ ନିଜ ଦେଶ (ବାଂଲାଦେଶ)କୁ ଫେରିଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯାଇଥିବାରୁ ସେ ନିଜ ଦେଶକୁ ଫେରିଯାଇଛନ୍ତି। ଏହା ବାଦ ୱିକେଟକିପର-ବ୍ୟାଟ୍ସମ୍ୟାନ ଲିଟନ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଖେଳିବାର ସମ୍ଭାବନା ମଧ୍ୟ ବହୁତ କମ୍ ରହିଛି। କାରଣ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ତାଙ୍କୁ କେବଳ ମେ’ ୪ ଯାଏଁ ହିଁ ଏନଓସି ପ୍ରଦାନ କରିଥିଲା। ଆଉ ଏହା ପରେ ଲିଟନଙ୍କୁ ବାଂଲାଦେଶ ଟିମ ସହ ଆୟର୍ଲାଣ୍ଡ ଗସ୍ତରେ ଯିବେ। ସେଠାରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ।

Advertisment

ଉଲ୍ଲେଖ ଥାଉ କି ଆଇପିଏଲ୍‌ର ଚଳିତ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ ୨୮ ବର୍ଷୀୟ ଲିଟନ୍ ଦାସଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଥିଲା। ଏହା ପରେ ସେ କେବଳ ୧ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ, ଯାହା ସେ ଦିଲ୍ଲୀ କ୍ୟାପିଟାଲସ (ଡିସି) ବିପକ୍ଷରେ ଖେଳିଥିଲେ।

ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଲିଟନ୍ ଦାସ ୪ଟି ବଲ୍‌ରେ ସ୍କୋର୍‌ ମାତ୍ର ୪ ରନ୍‌ କରିଥିଲେ। କେକେଆର ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପାରିବାରିକ ସମସ୍ୟା ଯୋଗୁଁ ଲିଟନ୍ ଦାସଙ୍କୁ ଆଜି ସକାଳେ ବାଂଲାଦେଶ ଯିବାକୁ ପଡିଛି। ଏହି କଷ୍ଟ ସମୟରେ ଆମେ ତାଙ୍କ ପରିବାର ସହିତ ଅଛୁ। ଅନ୍ୟପଟରେ ଚଳିତ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଦର୍ଶନ ସେତେ ଭଲ ରହିନାହିଁ। ଦଳ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ମ୍ୟାଚ ମଧ୍ୟରୁ ୩ଟିରେ ଜିତିଛି ଏବଂ ୫ଟିରେ ହାରିଛି। କେକେଆର ଦଳ ବର୍ତ୍ତମାନ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି।