ଲିଟିଲ ଷ୍ଟାର୍‌ସ କ୍ରିକେଟ୍‌ ଲିଗ୍‌: ଟାଉନ୍‌ କ୍ଲବ୍‌କୁ ହରାଇଲା ପାରାମାଉଣ୍ଟ୍‌

ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ବର ଲିଟିଲ ଷ୍ଟାର୍‌ସ କ୍ରିକେଟ୍‌ ଲିଗ୍‌ର ଗୁରୁବାର ମ୍ୟାଚ୍‌ରେ ପାରାମାଉଣ୍ଟ୍‌ ୭ ୱିକେଟ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଟାଉନ୍‌ କ୍ଲବ୍‌ ପ୍ରଜ୍ଞାନ୍‌ ପାତ୍ର (୭.୧-୦-୧୪-୫)ଙ୍କ ଘାତକ ବୋଲିଂକୁ ସାମ୍‌ନା କରି ନପାରି ୨୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୬୬ ରନ୍‌ କରିଥିଲା। ଅନୁରାଗ ସାମନ୍ତରାୟ ୨୦ ଓ ନିହାର ମିଶ୍ର ୧୬ ରନ୍‌ କରିଥି‌ଲେ। ଜବାବରେ ପାରାମାଉଣ୍ଟ୍‌ ୧୬ ଓଭରରେ ୩ ୱକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ପ୍ରଜ୍ଞାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହା ପୂର୍ବରୁ ବୁଧବାର ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂ ୨୪ ରନ୍‌ରେ ଓସ୍କାର୍‌କୁ ହରାଇଥିଲା। ଅର୍ଧଶତକ ହାସଲ କରିଥିବା ବିଜୟୀ ଦଳର ଯଶୋବନ୍ତ (୫୪) ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ବିବେଚିତ ହୋଇଥିଲେ। ଶୁକ୍ରବାର ଜାଗୃତି ଏକାଡେମି ଓ ଓସ୍କାର ସ୍ପୋର୍ଟିଂ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର