ଲିଟିଲ ଷ୍ଟାର୍‌ସ କ୍ରିକେଟ୍‌ ଲିଗ୍‌: ଗ୍ରିନ୍‌ର ବୃହତ୍‌ ବିଜୟ

ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ବର ଲିଟିଲ ଷ୍ଟାର୍‌ସ କ୍ରିକେଟ୍‌ ଲିଗ୍‌ର ମଙ୍ଗଳବାର ତୃତୀୟ ମ୍ୟାଚ୍‌ରେ ଗ୍ରିନ୍‌ସ ଏକାଡେମି ବୃହତ୍‌ ବିଜୟ ହାସଲ କରିଛି। ଏହି ଦଳ ୯୯ ରନ୍‌ରେ ବିବିସିଏ ଦଳକୁ ପରାସ୍ତ କରିଛି। ଗ୍ରିନ୍‌ସ ଏକାଡେମି ନିର୍ଧାରିତ ୪୦ ଓଭରରେ ୯ ୱିକେଟ୍‌ ହରାଇ କରିଥିଲା ୧୭୪ ରନ୍‌। ଆୟୂଷ ଚାନ୍ଦ (୫୨) ଓ ମୃତ୍ୟୁଞ୍ଜୟ ମହାପାତ୍ର (୫୬) ଅର୍ଧଶତକ ଜମାଇଥିଲେ। ଜବାବରେ ବିବିସିଏ ୨୮.୫ ଓଭରରେ ୭୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଗ୍ରିନ୍‌ସ ପକ୍ଷରୁ ଅଭିଜିତ ମହାନ୍ତି ୩ ୱିକେଟ୍‌ ଅକ୍ତିଆର କରିଥିଲେ। ମୃତ୍ୟୁଞ୍ଜୟ ମହାପାତ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଧବାର ପ୍ରଗତି ସ୍ପୋର୍ଟିଂ ଓ ଓସ୍କାର ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର