ଲିଟିଲ ଷ୍ଟାର୍ସ କ୍ରିକେଟ୍‌ ଲିଗ୍‌: ୨ ୱିକେଟ୍‌ରେ ଜିତିଲା ବିବିସିଏ

ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ବର ଲିଟିଲ ଷ୍ଟାର୍ସ କ୍ରିକେଟ୍‌ ଲିଗ୍‌ର ସୋମବାର ମ୍ୟାଚ୍‌ରେ ବିବିସିଏ ୨ ୱିକେଟ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଛି। ଟାଉନ୍‌ କ୍ଲବ୍‌ ନିର୍ଧାରିତ ୪୦ ଓଭରରେ ୬ ୱିକେଟ୍‌ ହରାଇ ୧୨୪ ରନ୍‌ କରିଥିଲା। ସୌମ୍ୟରଂଜନ ପ୍ରଧାନ (୫୮, ୯୭ ବଲ୍‌) ଅର୍ଧଶତକ ଏବଂ ଅନୁରାଗ ସାମନ୍ତରାୟ ୨୪ ରନ୍‌ର ଯୋଗଦାନ କରିଥିଲେ। ବିବିସିଏ ପକ୍ଷରୁ ବିଶ୍ବଜିତ ପ୍ରଧାନ ଓ ସ୍ବସ୍ତିକ ଦାସ ୨ ‌ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ବିବିସିଏ ବିଶ୍ବଜିତ ପ୍ରଧାନ (୮୮, ୧୨୩ ବଲ୍‌)ଙ୍କ ଅପରାଜିତ ଅର୍ଧଶତକ ବଳ‌ରେ ୮ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଟାଉନ କ୍ଲବ୍‌ ପକ୍ଷରୁ ଅଂଶୁମାନ ପାଣିଗ୍ରାହୀ ୩ ଓ ସାୟାନ ପଣ୍ଡା ୨ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଶ୍ବଜିତ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର