ଘରେ ରହିବାର ମଜା ଅଲଗା: ଅଦିତି

ବେଙ୍ଗାଲୁରୁ: ଭାରତୀୟ ଗଲ୍ଫର୍ ଅଦିତି ଅଶୋକ ଯାହା ଭଲ କରିବାକୁ ପସନ୍ଦ କରନ୍ତି ତାହା କରିବାରେ ଅସମର୍ଥ ହୋଇଥାନ୍ତି। କିନ୍ତୁ ସେ ଆମେରିକାର ଫିନିକ୍ସ ହୋଟେଲରେ ଅଟକି ରହିବା ଅପେକ୍ଷା ନିଜ ଘରେ ଆରାମରେ ରହିବାକୁ ବେଶି ଭାଗ୍ୟବାନ ମନେ କରିଛନ୍ତି। ଏଲ୍‌ପିଜିଏ ଟୁରରେ ଭାଗନେବା ଲାଗି ଅଦିତି ମାର୍ଚ ୧୩ରେ ଭାରତରୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସେହି ଦିନ ରାତିରେ ୟୁରୋପରୁ ଆସୁଥିବା ବିଦେଶୀମାନଙ୍କ ଉପରେ ୩୦ ଦିନିଆ ନିଷେଧାଦେଶ ଲଗାଇଥିଲେ। ୟୁରୋପୀୟ ଟୁର୍‌ ମହିଳା ଏନ୍‌ଏସ୍‌ଡବ୍ଲୁ ଓପନ୍‌ରେ ଚତୁର୍ଥ ସ୍ଥାନ ଅଧିକାର କରିବା ପରେ ଅଦିତି ଆମେରିକୀୟ ସ୍ୱିଙ୍ଗ୍‌ରେ ଭାଗନେବା ଲାଗି ସେଠାକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ। ଆମେ ଗୋଟିଏ ଦିନରେ ଟିକେଟ୍‌ କରି ଯିବା ଲାଗି ପ୍ରସ୍ତୁତ ହେଉଥିଲୁ। ସେହିଦିନ ନିଷେଧାଦେଶ ଲାଗୁ ହେବାରୁ ଆମର ସବୁ ବ୍ୟର୍ଥ ହୋଇଗଲା। ଏହାପରେ ଭାୟା ଲଣ୍ଡନ୍‌ ଏକ ଟିକେଟ୍‌ ମଧ୍ୟ କରିଥିଲି। ହେଲେ ଗୋଟିଏ ଦିନ ମଧ୍ୟରେ ପ୍ରତିଯୋଗିତା ବାତିଲ ହୋଇଗଲା। ‌ମୋର ଯିବା ବାତିଲ ହୋଇଗଲା ଯାହା ଭଲ ହୋଇଥିଲା ବୋଲି ଅଦିତି କହିଛନ୍ତି। ଯଦି ମୁଁ ଗୁରୁବାର ଦେଶ ଛାଡ଼ିଥାନ୍ତି ତେବେ ଆମେରିକାରେ ଅଟକି ରହିଥାନ୍ତି ଏବଂ ଫେରି ପାରିଥାନ୍ତି କି ନାହିଁ ଜଣି ନଥାନ୍ତି। ‌ପ୍ରଥମ ତିନି ସପ୍ତାହ ବାତିଲ ହୋଇଥିବାର ଜାଣି ଆମେ ସେଠାକୁ ଯାଇଥିଲେ ପୂରା ହଇରାଣ ହେବାକୁ ପଡ଼ିଥାନ୍ତା ବୋଲି କହିଛନ୍ତି ୨୨ ବର୍ଷୀୟା ଅଦିତି। ମୁଁ ଏବେ ଘରେ ରହି ଖୁସିରେ ଅଛି। ଦିନ ସାରା ଘରେ ବସୁଛି କିଛି କାମ କରୁନି। କିନ୍ତୁ ଏହା ଶରୀର ପାଇଁ ଭଲ ନୁହେଁ। ଅଳସୁଆ କରିଦେବ। ଏହା ମୋର ଅଭ୍ୟାସ ନୁହେଁ କିନ୍ତୁ ଲକ୍‌ଡାଉନ୍‌ ପାଇଁ ବାଧ୍ୟରେ ରହିଛି। ନିଜକୁ ଫିଟ୍‌ ରଖିବା ଲାଗି କିଛି କିଛି ବ୍ୟାୟାମ କରୁଛି। ଏବେ ଗଲ୍‌ଫ ଅଭ୍ୟାସ ଲାଗି‌ ନେଟ୍‌ ଓ ମ୍ୟାଟ୍‌ ଅର୍ଡର କରିଛନ୍ତି ବୋଲି ଅଦିତି କହିଛନ୍ତି।

ସମ୍ବନ୍ଧିତ ଖବର