ଏଲ୍‌ଏଲ୍‌ସିସି ଟେନିସ୍ ବଲ୍ କ୍ରିକେଟ୍ ଉଦ୍‌ଘାଟିତ : ବିଏମ୍‌ଏସ୍‌ସିକୁ ହରାଇଲା ମିଡିଆ ଏକାଦଶ

ଭୁବନେଶ୍ୱର : ଚର୍ତୁଦଶ ଏଲ୍‌ଏଲ୍‌ସିସି ଟେନିସ୍ ବଲ୍ ସଟ୍ ଗ୍ରାଉଣ୍ଡ କ୍ରିକେଟ୍‌ ପ୍ରତିଯୋଗିତା ଆଇଆର୍‌ସି ଭିଲେଜ୍‌ସ୍ଥିତ ଏଲ୍‌ସିସି ପଡ଼ିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ମିଡିଆ ଏକାଦଶ ୩ ୱିକେଟ୍‌ରେ ଭୁବନେଶ୍ବର ମିଡିଆ ସ୍ପୋର୍ଟସ କ୍ଲବ୍‌ (ବିଏମ୍‌ଏସ୍‌ସି)କୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ବିଏମ୍‌ଏସ୍‌ସି ନିର୍ଧାରିତ ୬ ଓଭରରେ ୭ ୱିକେଟ୍‌ ହରାଇ ୬୩ ରନ୍‌ କରିଥିଲା। ଜବା‌ବରେ ମିଡିଆ ଏକାଦଶ ୪ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ମ୍ୟାଚ୍‌କୁ ଅଜୟ ଓ ପଙ୍କଜ ପରିଚାଳନା କରିଥିଲେ। ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ପୂର୍ବତନ କର୍ପୋରେଟର ମାନସୀ ସୁନ୍ଦରାୟ ଯୋଗଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର