ଭୁବନେଶ୍ବର: ଓଡ଼ିଶା ଏଫ୍ସି ବୁଧବାର ସ୍ପେନ୍ର ଅଭିଜ୍ଞ ରଣବିତ୍ ସର୍ଜିଓ ଲୋବେରାଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ତାଙ୍କ ସହ ଦଳ ଆଗାମୀ ୨ ବର୍ଷ ଲାଗି ଚୁକ୍ତି କରିଛି। ସର୍ଜିଓ ପୂର୍ବରୁ ଆଇଏସ୍ଏଲ୍ରେ ଏଫ୍ସି ଗୋଆ ଓ ମୁମ୍ବାଇ ସିଟି ଏଫ୍ସିର ପ୍ରଶିକ୍ଷକ ରହିଥିଲେ। ସେ ମୋଟ ୪ଟି ଋତୁ ଭାରତରେ କଟାଇ ସାରିଛନ୍ତି। ୨୦୧୭ରେ ଯେତେବେଳେ ପ୍ରଥମେ ଗୋଆର ଭାର ନେଲେ ଏହି ଦଳ ଲଗାତାର ୩ ବର୍ଷ ପ୍ଲେ ଅଫ୍ରେ ପହଞ୍ଚି ପାରିଥିଲା। ତାଙ୍କ ପ୍ରଶିକ୍ଷଣରେ ଗୋଆ ଲିଗ୍ ସିଲ୍ଡ ଜିତିଥିଲା ବେଳେ ୨୦୧୯ରେ ସୁପର କପ୍ ବିଜେତା ହୋଇଥିଲା। ଗୋଆ ଦଳକୁ ଶିଖରରେ ପହଞ୍ଚାଇବା ପରେ ସେ ମୁମ୍ବାଇ ସିଟି ଏଫ୍ସିର ଦାୟିତ୍ବ ନେଇଥିଲେ। ମୁମ୍ବାଇ ମଧ୍ୟ ତାଙ୍କ ପ୍ରଶିକ୍ଷଣରେ ଆଇଏସ୍ଏଲ୍ ଲିଗ୍ ବିଜେତା ସିଲ୍ଡ କରାୟତ୍ତ କରିବା ସହ ପ୍ଲେ ଅଫ୍ରେ ପହଞ୍ଚିଥିଲା।
ଲୋବେରା ଓଏଫ୍ସିର ମୁଖ୍ୟ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2023/05/56f4h65sfhhsffhfh.jpg)