ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ, ଖେଳାଳିମାନେ ଆହତ ହେବା ଏବଂ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ଜାରି ରହିଛି। ପ୍ରଥମେ ସିଏସକେ ଅଧିନାୟକ ଋତୁରାଜ ଗାୟକୱାଡ ଏବଂ ତା’ପରେ ଗ୍ଲେନ୍ ଫିଲିପ୍ସ ଆଇପିଏଲରୁ ବାଦ ପଡ଼ିସାରିଛନ୍ତି। ଏବେ ସେମାନଙ୍କ ସହ ଯୋଡ଼ି ହୋଇଛନ୍ତି ପଞ୍ଜାବ କିଙ୍ଗସର ତାରକା ବୋଲର ଲକି ଫର୍ଗୁସନ ।
ଲକି ଫର୍ଗୁସନ୍ ୨୦୨୫ ଆଇପିଏଲର ବାକି ମ୍ୟାଚରୁ ବାଦ ପଡ଼ିଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ରେ ଆହତ ହୋଇଥିଲେ। ବୋଲିଂ କରିବା ସମୟରେ ଫର୍ଗୁସନ୍ ଅସ୍ଥିରତା ଅନୁଭବ କରିଥିଲେ ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ଫର୍ଗୁସନ୍ ଅତୀତରେ ମଧ୍ୟ ଆଘାତ ସହିତ ସଂଘର୍ଷ କରିଛନ୍ତି। ହାମଷ୍ଟ୍ରିଙ୍ଗ୍ ସମସ୍ୟା ଯୋଗୁଁ ସେ ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବଞ୍ଚିତ ହୋଇଥିଲେ। ପଞ୍ଜାବ ପ୍ରଶିକ୍ଷକ ଜେମ୍ସ ହୋପ୍ସ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଫର୍ଗୁସନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାହାରେ ଅଛନ୍ତି ଏବଂ ଏହି ସିଜନରେ ତାଙ୍କର ଫେରିବାର ସମ୍ଭାବନା ବହୁତ କମ୍। ଦଳ ୟୁଜଭେନ୍ଦ୍ର ଚହଲଙ୍କ ଫର୍ମକୁ ନେଇ ମଧ୍ୟ ଚିନ୍ତିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/14/8l3camL7qAptt4jo8BJx.jpeg)