ଲୋକନାଥ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘ ସଭାପତି

ଭୁବନେଶ୍ୱର: ଓଡିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘ ପକ୍ଷରୁ ରବିବାର କାର୍ଯ୍ୟକାରିଣୀ ସମିତି ଗଠନ କରାଯାଇଛି। ଏକ ବୈଠକରେ ସହମତି କ୍ରମେ ସଭାପତି ଭାବେ ଲୋକନାଥ ମହାନ୍ତି, ଉପସଭାପତି ଭାବେ ଯଥାକ୍ରମେ ମଂଟୁ ଦାସ, କମଳାକାନ୍ତ ରଥ, ବେଲା ଜୟସ୍ୱଲା ଓ ବୈରାଗୀ ଚରଣ ପରିଡ଼ା ମନୋନୀତ ହୋଇଥିଲେ। ସେହିପରି ସଂପାଦିକା ନମିତା ସାହୁ, କୋଷାଧ୍ୟକ୍ଷା ଗୀତାଞ୍ଜଳି ପୁଷ୍ପା ପଣ୍ଡା, ଯୁଗ୍ମ ସଂପାଦକ ଜିତେନ୍ଦ୍ର କୁମାର ଶତପଥୀ, ଉପଦେଷ୍ଟା ସଦସ୍ୟ ଗଣେଶ ପ୍ରଧାନ, ରବୀନ୍ଦ୍ର ବିଶୋଇ, ସଦସ୍ୟ ଭାବେ ରାଖାଲ କୁମାର ସେଠୀ ଏବଂ ଗୋପୀ ମୋହନ ପଟ୍ଟନାୟକ ମନୋନୀତ ହୋଇଥିଲେ। ବୈଠକରେ ଓଡିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘର ଆଗାମୀ ଦିନରେ ହେବାକୁ ଥିବା ପୂର୍ବାଞ୍ଚଳ କ୍ରିକେଟ୍‌ ପ୍ରତିଯୋଗିତା କିପରି ସୁପରିଚାଳନା କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଦିବ୍ୟାଙ୍ଗ କ୍ରିକେଟ୍‌ ଖେଳାଳିମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଏଥି ସହ ଜିଲ୍ଲାସ୍ତରୀୟ ନୂତନ ଦିବ୍ୟାଙ୍ଗ ଖେଳାଳି ଚୟନ କରିବାକୁ ଆଲୋଚନା କରାଯାଇଥିଲା। ଏହି ବୈଠକରେ ତନୁଜା ମହାନ୍ତି, ସୁଶାନ୍ତ ପଣ୍ଡା, ପୁନିଲ ମାନସିଂହ, ସୁନୀଲ ପ୍ରଧାନ, ଦେବାମୃତ ସାହୁ, ସୁଶାନ୍ତ ମଲ୍ଲିକ, ଅକ୍ଷୟ ସାହୁ ଏବଂ ପରେଶ ବେଉରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର