ଲୋକେଶ ରାହୁଲ ଏଣିକି ଅଧିକ ଦାୟିତ୍ୱସଂପନ୍ନ ସହିତ ଖେଳିବା ଦରକାର: ସଞ୍ଜୟ ବାଙ୍ଗର

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ସପ୍ତାହ ଠାରୁ ଭାରତ ଟେଷ୍ଟ ଶୃଙ୍ଖଳା ଖେଳିବ। ପ୍ରଥମ ଟେଷ୍ଟରେ ଇନିଂସ ଆରମ୍ଭ କରିବାରେ ଲୋକେଶ ରାହୁଲ ହେଉଛନ୍ତି ଅନ୍ୟତମ ଖେଳାଳି କିନ୍ତୁ ସହାୟକ କୋଚ ସଞ୍ଜୟ ବାଙ୍ଗର ତାଙ୍କ (ଲୋକେଶ) ଆଉଟ ହେବା ନେଇ ଖୁସି ନାହାନ୍ତି। ରାହୁଲ ଏକମାତ୍ର ଭାରତୀୟ ବ୍ୟାଟସ୍‌ମ୍ୟାନ, ଯିଏ କି ଏଠାରେ ୪ ଦିବସୀୟ ମ୍ୟାଚର ଦ୍ୱିତୀୟ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ପାରି ନ ଥିଲେ। ଫଳରେ ଭାରତ ୩୫୮ ରନରେ ଅଲ ଆଉଟ୍‌ ହୋଇ ଯାଇଥିଲା। ରାହୁଲ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲେ।

ବିରାଟ କୋହଲି ଏବଂ ପୃଥ୍ଵୀ ସ ସହିତ ୫ ଭାରତୀୟ ବ୍ୟାଟସ୍‌ମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ। ବାଙ୍ଗର ଏହି ମ୍ୟାଚକୁ ନେଇ ସନ୍ତୋଷ ଲାଭ କରିଥିଲେ। ବାଙ୍ଗର କହିଛନ୍ତି, ରାହୁଲ ଏବେ ସେଭଳି ଅଭିଜ୍ଞତା ସଂପନ୍ନ ଖେଳାଳି ହୋଇ ନାହାନ୍ତି। ତାଙ୍କର ଦାୟିତ୍ୱ ବଢ଼ିଛି। ବାଙ୍ଗର ଦିନର ଖେଳ ଶେଷ ହେବା ପରେ କହିଛନ୍ତି, ରାହୁଲ ସଂପୂର୍ଣ୍ଣ ରୂପେ ଫିଟ ଦେଖାଯାଉଛନ୍ତି। କେଳବ ଏତିକି ପାର୍ଥକ୍ୟ ଯେ, ବିଭିନ୍ନ ଶୈଳୀରେ ଆଉଟ ହେଉଛନ୍ତି।

ସମ୍ବନ୍ଧିତ ଖବର