ଜାତୀୟ ବଧିର କ୍ରୀଡ଼ା ଲୋମାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଚେନ୍ନାଇରେ ଆୟୋଜିତ ୨୩ତମ ଜାତୀୟ ବଧିର କ୍ରୀଡ଼ାରେ ଓଡ଼ିଆ ଝିଅ ଲୋମା ସ୍ବାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚେନ୍ନାଇର ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ରେ ଚଳିତ ମାସ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଲୋମା ୫୭ କେଜି ଜୁଡୋ ବର୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଜାତୀୟ କରାଟେ ପରେ ଲୋମା ଏବେ ଜୁଡୋରେ ମଧ୍ୟ ପାରଦର୍ଶିତା ଦେଖାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ପ୍ରଶିକ୍ଷକ ତଥା ଉତ୍କଳ କରା‌ଟେ ସ୍କୁଲ୍‌ର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକ ଲୋମାଙ୍କ ପିତାମାତାଙ୍କ ସହିତ ସ୍କୁଲ୍‌ର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର