ଲର୍ଡସ: ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଲର୍ଡସରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଶେଷ ଦିନର ଶେଷ ଦୁଇ ଅଧିବେସନରୁ ଇଂଲଣ୍ଡ ସମ୍ମୁଖରେ ୨୭୩ ରନ୍ ବିଜୟ ଲକ୍ଷ୍ୟ ରଖାଯାଇଥିଲା। ଘରୋଇ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ରିକ୍ସ ନନେବାରୁ ମ୍ୟାଚ୍ ଅମିମାଂସିତ ରହିଥିଲା। ପଞ୍ଚମ ଦିବସ ଖେଳ ଶେଷ ବେଳକୁ ଘରୋଇ ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୧୭୦ ରନ୍ କରିଥିଲା। ଡମ୍ ଶିବ୍ଲେ (୬୦*) ଅପରାଜିତ ଅର୍ଦ୍ଧଶତକ ହାସଲ କରି ନ୍ୟୁଜିଲାଣ୍ଡ୍ର ବିଜୟ ଆଶାକୁ ଧୁଳିସାତ୍ କରିଦେଇଥିଲେ। ତାଙ୍କୁ ସହଯୋଗ ଦେଇ ଅଧିନାୟକ ଜୋ ରୁଟ୍ ୪୦ ଏବଂ ପ୍ରଥମ ପାଳିର ଶତକ ହାସଲକାରୀ ରୋରି ବର୍ଣ୍ଣସ ୨୫ ରନ୍ କରିଥିଲେ। ବର୍ଣ୍ଣସଙ୍କୁ ସାଥୀ କରି ଶିବ୍ଲେ ପ୍ରଥମ ୱିକେଟ୍ରେ ୪୯ ଏବଂ ରୁଟ୍ଙ୍କ ସହ ତୃତୀୟ ୱିକେଟ୍ରେ ୮୦ ରନ୍ ଯୋଡ଼ି ଇଂଲଣ୍ଡକୁ ବିପଦମୁକ୍ତ କରିଥିଲେ।
ଶେଷରେ ଅବିଭାଜିତ ଚତୁର୍ଥ ୱିକେଟ୍ରେ ଓଲି ପୋପ୍ଙ୍କୁ ସାଥୀ କରି ୩୪* ରନ୍ ଯୋଡ଼ି ମ୍ୟାଚ୍ ଅମୀମାଂସିତ ରଖିବାର ସମ୍ମାନ ହାତେଇଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି: ୩୭୮ (ଡେଭନ୍ କନୱେ-୨୦୦, ଓଲି ରବିନସନ୍-୪/୭୫)। ଇଂଲଣ୍ଡ ପ୍ରଥମ ପାଳି: ୨୭୫ (ରୋରି ବର୍ଣ୍ଣସ-୧୩୨, ଟିମ୍ ସାଉଦି-୬/୪୩)। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳି: ୫୨.୩ ଓଭରରେ ୧୬୯/୬, ଘୋଷିତ (ଟମ୍ ଲଥାମ-୩୬, ରସ୍ ଟେଲର-୩୩, ଡେଭନ୍ କନୱେ-୨୩, ଓଲି ରବିନସନ୍-୩/୨୬)। ଇଂଲଣ୍ଡ ଦ୍ବିତୀୟ ପାଳି: ୭୦ ଓଭରରେ ୧୭୦/୩ (ରୋରି ବର୍ଣ୍ଣସ-୬୦, ଡବ୍ ଶିବଲେ-୬୦*, ଜୋ ରୁଟ୍-୪୦, ଓଲି ପୋପ୍-୨୦*, ଟିମ୍ ସାଉଦି-୧/୩୭, ନିଲ୍ ୱାଗନର୍-୨/୨୭)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56f4h564sh654sf56hfsfsfsfsfsfsfsfsfsfsfsfsfsfsfsfsfs.jpg)