ଲର୍ଡସ: ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଲର୍ଡସରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଅମୀମାଂସିତ ମୁହାଁ ହୋଇଛି। ଶେଷ ଦିନର ଶେଷ ଦୁଇ ଅଧିବେସନରୁ ଇଂଲଣ୍ଡ ସମ୍ମୁଖରେ ୨୭୩ ରନ୍ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ଘରୋଇ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ରିକ୍ସ ନନେବାରୁ ମ୍ୟାଚ୍ ଅମିମାଂସିତ ଅଭିମୁଖେ ଗତି କରିଥିଲା। ପଞ୍ଚମ ଦିନରେ ଶେଷ ଅଧିବେସନରେ ଖବର ମିଳିବା ବେଳକୁ ଇଂଲଣ୍ଡ ୨ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ଡମ୍ ଶିବ୍ଲେ (୪୯*) ଅର୍ଦ୍ଧଶତକଠୁ ୧ ରନ୍ ଦୂରରେ ଏବଂ ଅଧିନାୟକ ଜୋ ରୁଟ୍ ୩୮ ରନ୍ରେ ବ୍ୟାଟିଂ କରୁଥିଲେ। ଦୁହେଁ ମଧ୍ୟ ଅସମାପ୍ତ ତୃତୀୟ ୱିକେଟ୍ରେ ୭୭ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ୍ର ବିଜୟ ଆଶା ମଉଳାଇ ଦେଇଥିଲେ।
ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ୍ ୩୭୮ ରନ୍ ଏବଂ ଇଂଲଣ୍ଡ ୨୭୫ ରନ୍ କରିଥିଲେ। ଚତୁର୍ଥ ଦିନ ଖେଳ ଶେଷ ବେଳକୁ ନ୍ୟୁଜିଲାଣ୍ଡ୍ ୬୨/୨ରେ ସୀମିତ ରହିଥିଲା। ରବିବାର ଭ୍ରମଣକାରୀ କେନ୍ ୱିଲିୟମସନଙ୍କ ଦଳ ବର୍ଷା ବାଧା ସହ ମଧ୍ୟାହ୍ନ ଭୋଜନ ବିରତି ବେଳକୁ କରିଥିବା ୧୬୯/୬ରେ ଦ୍ବିତୀୟ ପାଳିକୁ ଘୋଷଣା କରି ଦେଇଥିଲା। ଟମ୍ ଲଥାମ ୩୬ ରନ୍ ଏବଂ ରସ୍ ଟେଲର୍ ଦ୍ରୁତ ୩୩ ରନ୍ କରିଥିବା ବେଳେ ଇଂଲଣ୍ଡ ପକ୍ଷରୁ ପୁଣି ଥରେ ଓଲି ରବିନ୍ସନ୍ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି: ୩୭୮ (ଡେଭନ୍ କନୱେ-୨୦୦, ଓଲି ରବିନସନ୍-୪/୭୫)। ଇଂଲଣ୍ଡ ପ୍ରଥମ ପାଳି: ୨୭୫ (ରୋରି ବର୍ଣ୍ଣସ-୧୩୨, ଟିମ୍ ସାଉଦି-୬/୪୩)। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳି: ୫୨.୩ ଓଭରରେ ୧୬୯/୬, ଘୋଷିତ (ଟମ୍ ଲଥାମ-୩୬, ରସ୍ ଟେଲର-୩୩, ଡେଭନ୍ କନୱେ-୨୩, ଓଲି ରବିନସନ୍-୩/୨୬)। ଇଂଲଣ୍ଡ ଦ୍ବିତୀୟ ପାଳି: ୫୫ ଓଭରରେ ୧୩୩/୨ (ରୋରି ବର୍ଣ୍ଣସ-୨୫, ଡବ୍ ଶିବଲେ-୪୯*, ଜୋ ରୁଟ୍-୩୮*, ଟିମ୍ ସାଉଦି-୧/୨୮, ନିଲ୍ ୱାଗନର୍-୧/୧୧)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f564h56sf4564f5s6hssssssssssssssss.jpg)