ଲର୍ଡ୍ସ : ଐତିହାସିକ ଲର୍ଡ୍ସରେ ଲଢୁଛି ଟିମ ଇଣ୍ଡିଆ । ଆଜି ହେଉଛି ଭାରତ-ଇଂଲଣ୍ଡ ୩ୟ ଟେଷ୍ଟର ଅନ୍ତିମ ଦିନ । ଅନ୍ତିମ ଦିନରେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ମ୍ୟାଚ । ସର୍ବଶେଷ ସୂଚନା ଅନୁସାରେ ଭାରତର ୯ଟି ଓ୍ବିକେଟ ପଡ଼ିଯାଇଥିବାବେଳେ ବିଜୟ ପାଇଁ ଆଉ ୩୦ ରନ ଆବଶ୍ୟକ କରୁଛି । ଭାରତର ସବୁ ଭରସା ଏବେ ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସିରାଜଙ୍କ ଉପରେ ଅଟକି ରହିଛି । ଜାଦେଜା ୫୬ ରନ କରି ଖେଳୁଥିବାବେଳେ ସିରାଜ ୨ ରନ କରି ଇଂଲଣ୍ଡ ବୋଲରଙ୍କ ଦୃଢ ମୁକାବିଲା କରୁଛନ୍ତି । 

Advertisment

ନିଜର ୨ୟ ଇନିଂସରେ ୧୯୨ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଫଳରେ ଭାରତ ଆଗରେ ୧୯୩ ରନର ଲକ୍ଷ୍ୟ ଥିଲା । ଲାଗୁଥିଲା ଏହା ଏକ ସହଜ ଲକ୍ଷ୍ୟ । କିନ୍ତୁ ଲର୍ଡ ପିଚ୍ ନିଜର ପ୍ରକୃତ ରୂପ ଦେଖାଇଥିଲା । ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇଂଲଣ୍ଡ ବୋଲରଙ୍କ ଆଗରେ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଏପରିକି ସ୍ଥିତି ଏପରି ଖରାପ ହୋଇଯାଇଥିଲା ଯେ ୮୨ ରନରେ ୭ଟି ଓ୍ବିକେଟ ହରାଇଥିଲା । ଏହା ପରେ ରବୀନ୍ଦ୍ର ଜାଦେଜା ନୀତୀଶ ରେଡ୍ଡି ଓ ଯଶପ୍ରୀତ ବୁମରାଙ୍କ ମିଶି ଉପଯୋଗୀ ପାର୍ଟନରସିପ କରି ଭାରତର ଆଶାକୁ ବଞ୍ଚେଇ ରଖିଥିଲେ । ଏବେ ବି ଜାଦେଜା ଓ ସିରାଜ ଲଢେଇ ଜାରି ରଖିଛନ୍ତି ।