ବିଶ୍ବ ବିଜେତାଙ୍କୁ ହରାଇ କ୍ବାର୍ଟର୍‌ରେ ନିଖତ

ଇସ୍ତାନବୁଲ: ଭାରତର ନିଖତ ଜରିନ ବିଶ୍ବ ବିଜୟିନୀ ପାଲ୍‌ଟସିଭା ଏକ୍‌ତାରିନଙ୍କୁ ହରାଇ ବୋସଫୋରୁସ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ମହିଳା ୫୧ କେଜି ବର୍ଗର କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଏହି ପ୍ରତିଯୋଗିତାର ଦ୍ବିତୀୟ‌ ଦିନରେ ଏସୀୟ କାଂସ୍ୟ ବିଜୟିନୀ ନିଖତ ୫-୦ରେ ରୁଷୀୟ ମୁଷ୍ଟିଯୋଦ୍ଧାଙ୍କୁ ମାତ୍‌ ଦେଇଥିଲେ। ସେମିଫାଇନାଲ୍‌‌ରେ ‌ସ୍ଥାନ ପାଇଁ ସେ ଦୁଇଥରର ବିଶ୍ବ ବିଜୟିନୀ କାଜାକସ୍ତାନର କିଜାଇବେ ନଜିମଙ୍କୁ ଭେଟିବେ।

ନିଖତଙ୍କ ବାଦ୍‌ ଏସୀୟ ବିଜେତା ଶିବ ଥାପ୍ପା, ସୋନିଆ ଲାଥେର ପ୍ରବୀର ନିଜ ନିଜ ବର୍ଗର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ପୁରୁଷ ୬୩ କେଜି‌ରେ ଶିବ ୩-୨ରେ କାଜାକସ୍ତାନର ସ୍ମାଗୁଲୋଭ ବାଘଥିୟୋଭଙ୍କୁ ପରାସ୍ତ କରିଥିଲେ। ମହିଳାରେ ସୋନିଆ (୫୭ କେଜି) ଓ ପ୍ରବୀଣ (୬୦ କେଜି) ଯଥାକ୍ରମେ ସ୍ଥାନୀୟ ଖେଳାଳି ସୁରମେଲେନି ତୁଗସେନାଜଙ୍କୁ ଏବଂ ଓଜିୟୋଲ ଏସ୍‌ରାଙ୍କୁ ୫-୦ରେ ହରାଇଥିଲେ। ତେବେ ଦୁର୍ଯ୍ୟୋଧନ ନେଗୀ (୬୯ କେଜି), ବ୍ରିଜେଶ ଯାଦବ (୮୧ କେଜି) ଓ କ୍ରିଷନ ଶର୍ମା (+୯୧ କେଜି) ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର