ନେଦରଲାଣ୍ଡ୍ସ ପ୍ରଶିକ୍ଷକ ପଦରୁ ଓହରିବେ ଲୁଇସ୍‌ ଭାନ୍‌ ଗାଲ୍‌

ଦୋହା : ଚଳିତ ଫିଫା ବିଶ୍ବକପ୍‌ର କ୍ବାର୍ଟରଫାଇନାଲ୍‌ରେ ଆର୍ଜେଣ୍ଟିନାଠୁ ହାରିବା ପରେ ନେଦରଲାଣ୍ଡ୍ସ ପ୍ରଶିକ୍ଷକ ଲୁଇସ୍‌ ଭାନ୍‌ ଗାଲ୍‌ ତାଙ୍କ ପଦରୁ ଓହରି ଯିବାକୁ ଘୋଷଣା କରିଛନ୍ତି। ମ୍ୟାଚ୍‌ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ଲୁଇସ୍‌ କହିଛନ୍ତି ଯେ ନେଦରଲାଣ୍ଡ୍ସର ୨୦ ମ୍ୟାଚ୍‌ରେ ସେ ଏହି ଦାୟିତ୍ବରେ ଥିଲେ। ସେଥିରୁ କୌଣସି ଗୋଟିଏ ବି ଦଳ ହାରିନଥିଲା। ଏପରିକି କ୍ବାର୍ଟର ଫାଇନାଲ୍‌ ପରାଜୟ ତାଙ୍କୁ ବ୍ୟଥିତ କରିନି। ତଥାପି ବିଶ୍ବକପ୍‌ ପର୍ଯ୍ୟନ୍ତ ଦଳକୁ ଆଗେଇ ନେବାକୁ ଚିନ୍ତା କରିଥିଲି। କିନ୍ତୁ ଦଳ ହାରିଯିବାରୁ ଏହି ପଦରୁ ଓହରିଯିବା ଉଚିତ୍‌ ହେବ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ।

ଲୁଇସ୍‌ ନେଦରଲାଣ୍ଡ୍ସ ସହ ୨୦୨୧ରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ପ୍ରୋଷ୍ଟେଟ୍‌ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାରେ ଥିବା ବେଳେ ବିଶ୍ବକପ୍‌ ପୂର୍ବରୁ ସେ ସୁସ୍ଥ ହୋଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ଦଳ ଛାଡୁଥାଇପାରନ୍ତି ବୋଲି କୁହାଯାଉଛି। ଶୁକ୍ରବାର ରାତି ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ନେଇଥିଲେ ବି ନେଦରଲାଣ୍ଡ୍ସ ମ୍ୟାଚ୍‌କୁ ପେନାଲ୍‌ଟି ସୁଟ୍‌ଆଉଟ୍‌ ପର୍ଯ୍ୟନ୍ତ ନେଇପାରିଥିଲା। ତେବେ କଡ଼ା ମୁକାବିଲାର ସାମ୍ନା କରି ନେଦରଲାଣ୍ଡ୍ସ ୩-୪ ଗୋଲ୍‌ରେ ପରାଜିତ ହୋଇଥିଲା।

ସମ୍ବନ୍ଧିତ ଖବର