ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଲଭ୍ଲିନା ବଡ଼ଗୋହାଁଇ ଭାରତୀୟ ବକ୍ସିଂ ମହାସଂଘର କାର୍ଯ୍ୟକାରୀ ନିର୍ଦ୍ଦେଶକ କର୍ଣ୍ଣେଲ ଅରୁଣ ମଲ୍ଲିକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଜୁଲାଇ ୮ରେ ହୋଇଥିବା ଏକ ଜୁମ୍ ମିଟିଂ ଅବସରରେ ଶ୍ରୀ ମଲ୍ଲିକ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ କରିବା ସହ ଆଦୌ ପାଟି ନକରି ଚୁପ୍ ରହିବାକୁ ଚଢ଼ା ଗଳାରେ ତାଗିଦ କରିବା ସହ ମୁଣ୍ଡ ତଳକୁ କରି ଆମେ ଯାହା କରୁଛୁ, ତାକୁ ମାନିବାକୁ କହିଥିଲେ ବୋଲି ଲଭ୍ଲିନା ଏକ ଅଭିଯୋଗପତ୍ରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଭାରତୀୟ କ୍ରୀଡ଼ା ପ୍ରାଧିରକରଣର ମହାନିର୍ଦ୍ଦେଶକ, ଭାରତୀୟ ଅଲିମ୍ପିକ୍ସ ସଂଘକୁ ଜଣାଇଛନ୍ତି। ବ୍ୟକ୍ତିଗତ ପ୍ରଶିକ୍ଷକଙ୍କୁ ଜାତୀୟ ପ୍ରଶିକ୍ଷଣ ଶିବିରରେ ସାମିଲ ହେବାର ସୁଯୋଗ ଦେବା ଲାଗି ଅନୁରୋଧ କରି ପରେ ଶ୍ରୀ ମଲ୍ଲିକ ଏଭଳି ଅଶାଳୀନ ବ୍ୟବହାର କରିଥିଲେ ବୋଲି ଲଭ୍ଲିନା ଉଲ୍ଲେଖ କରିଛନ୍ତି। ଅଭିଯୋଗ ପାଇବା ପରେ ସାଇ ପକ୍ଷରୁ ଏହାର ଅନୁଷ୍ଠାନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
ବିଏଫ୍ଆଇ ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଲଭ୍ଲିନା
ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଲଭ୍ଲିନା ବଡ଼ଗୋହାଁଇ ଭାରତୀୟ ବକ୍ସିଂ ମହାସଂଘର କାର୍ଯ୍ୟକାରୀ ନିର୍ଦ୍ଦେଶକ କର୍ଣ୍ଣେଲ ଅରୁଣ ମଲ୍ଲିକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି।
/sambad/media/media_files/2025/08/08/lovelina-2025-08-08-02-30-07.jpg)