ନୂଆଦିଲ୍ଲୀ: ଗତ ସିଜନରେ ଆଇପିଏଲ୍ ଡେବ୍ୟୁ କରିଥିବା ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଝଟକା ପରେ ଝଟକା ମିଳିବାରେ ଲାଗିଛି। ଦଳର ଅଧିନାୟକ କେ.ଏଲ୍ ରାହୁଲ ଏବଂ ଦ୍ରୁତ ବୋଲର ଜୟଦେବ ଉନାଦକଟ ଆହତ ହେବା ପରେ ଆଇପିଏଲର ୧୬ତମ ସିଜିନରୁ ବାଦ ପଡିଥିଲେ। ବର୍ତ୍ତମାନ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଆଉ ଏକ ବଡ ଝଟକା ଲାଗିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଗ୍ରଣୀ ବୋଲର ମାର୍କ ଉଡ୍ ଏବେ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି। ଫ୍ରାଞ୍ଚାଇଜି ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛି।

Advertisment

IPL contract feels unreal like a computer game, says Mark Wood | Cricket News - Times of India timesofindia

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ମାର୍କ ଉଡ୍ ନିଜ ଦେଶକୁ ଫେରୁଥିବା କହୁଛନ୍ତି। କୁହାଯାଉଛି ଯେ, ମାର୍କ ଉଡଙ୍କ ପତ୍ନୀ ଗର୍ଭବତୀ ଥିବା ସହ ସେ ଏବେ ବାପା ହେବାକୁ ଯାଉଛନ୍ତି। ଏହି ସମୟରେ ସେ ତାଙ୍କ ପତ୍ନୀ ସାହାଙ୍କ ସହ ସର୍ବାଧିକ ସମୟ ବିତାଇବାକୁ ଚାହୁଁଥିବାରୁ ଘରକୁ ଫେରିଥିବା ସାମ୍ନାକୁ ଆସିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସେୟାର କରିଥିବା ଭିଡିଓରେ ଉଡ୍ କହୁଛନ୍ତି ଯେ, "ମୁଁ ମୋ ଝିଅର ଜନ୍ମ ପାଇଁ ଘରକୁ ଫେରୁଛି। ମୁଁ ଦଳ ଛାଡି ଚାଲିଯାଉଛି ବୋଲି ଜଣାଇ ଦୁଃଖିତ, କିନ୍ତୁ ଘରକୁ ଯିବାର ଏକ ଉତ୍ତମ କାରଣ ଅଛି। ମୁଁ ଆଶା କରୁଛି ଆପଣମାନେ ଶୀଘ୍ର ମୋତେ ପଡ଼ିଆରେ ଦେଖିବ। ପୁନର୍ବାର ସମାନ ଦଳ ସହିତ। ମୁଁ ଦୁଃଖିତ ଯେ ମୁଁ ୪ଟି ମ୍ୟାଚରେ ଅଧିକ ସଫଳତା ହାସଲ କରି ନାହିଁ। ମୁଁ ଅଳ୍ପ କିଛି ୱିକେଟ୍ ନେଇଥିଲି କିନ୍ତୁ ଆଶା କରୁଛି ମୁଁ ଶୀଘ୍ର ଏହା କରିପାରିବି। "