ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୬ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୫୫ ରନ୍ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୪ ରନ୍ କରି ପରାସ୍ତ ହୋଇଛି । ରାଜସ୍ଥାନ ପକ୍ଷରୁ ଜୟସୱାଲ ୪୪ ରନ୍ କରିଥିବା ବେଳେ ଜସ୍ ଟଲର୍ ୪୦ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟରଙ୍କ ବ୍ୟାଟରୁ ରନ୍ ବାହାରିନଥିଲା । ଅନ୍ୟପଟେ ଲକ୍ଷ୍ନୌ ପକ୍ଷରୁ ଆଭେଶ ଖାନ ୩ ୱିକେଟ, ମାର୍କସ୍ ଷ୍ଟୋଇନିସ୍ ୨ଟି ୱିକେଟ ନେଇଥିଲେ । ଫଳରେ ଏହି ବିଜୟ ସହ ଲକ୍ଷ୍ନୌ ୮ ଅଙ୍କ ସଂଗ୍ରହ ଟେବୁଲ ତାଲିକାର ୨ୟ ସ୍ଥାନରେ ରହିଛି ।
ପ୍ରଥମ ପାଳିରେ ରାଜସ୍ଥାନ ରୟାଲ୍ସ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଦଳର ଦୁଇ ଓପନର ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କାଇଲ ମେୟର୍ସ ୫୪ ରନ କରିଥିବାବେଳେ କେଏଲ ରାହୁଲ ୩୯ରନ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୮୪ରନ କରିଥିଲେ । କିନ୍ତୁ ଦୁଇ ଓପନର ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳର ରନଗତି ଧିମେଇ ଯାଇଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନିକୋଲାସ ପୁରନ ୨୮ରନ ଓ ମାର୍କସ ଷ୍ଟୋଇନିସ ୨୧ରନ କରିଥିଲେ ।
ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଓ୍ବିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲଟ, ସନ୍ଦୀପ ଶର୍ମା ଓ ଜାସନ ହୋଲଡର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।