ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୫ର ୩୬ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨ ରନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ । ୧୮୧ ରନର ପିଛା କରିବାକୁ ଯାଇ ରାଜସ୍ଥାନ ୧୭୮ ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୭୪ ରନ କରିଥିବାବେଳେ ବୈଭବ ସୂର୍ଯ୍ୟବଂଶୀ ୩୪ ରନ ଓ ରିଆନ ପରାଗ ୩୯ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଅଭେସ ଖାଁ ୩ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୦ ରନ କରିଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ଓ ଆଇଡେନ ମାର୍କରାମ ବ୍ୟାଟିଂ ଓପନ କରିଥିଲେ । ମାତ୍ର ମାର୍ସ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ଅନ୍ୟପଟେ ମାର୍କରାମ ଲଢୁଆ ବ୍ୟାଟିଂ କରି ୬୬ ରନ କରିଥିଲେ । ତେବେ ଋଷଭ ପନ୍ତ ମାତ୍ର ୩ ରନ ଓ ନିକୋଲାସ ପୁରନ ୧୧ ରନ କରିଥିଲେ । ତେବେ ଆୟୁଷ ବାଦୋନି ୫୦ ରନ ଓ ଅବଦୁଲ ସମଦ ୩୦ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ହସରଙ୍ଗା ୨ଟି ଓ୍ବିକେଟ ନେଇଥିବାବେଳେ ଜୋଫ୍ରା ଆର୍ଚର, ସଂଦୀପ ଶର୍ମା ଓ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।