ମୁମ୍ବାଇ : ସ୍ଥାନୀୟ ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୧୬ତମ ମ୍ୟାଚରେ ଲକ୍ଷ୍ନୌ ଦିଲ୍ଲୀକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଦିଲ୍ଲୀ ଦ୍ବାରା ରଖାଯାଇଥିବା ୧୫୦ ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ୨୦ ତମ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଲକ୍ଷ୍ନୌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କ୍ବିଣ୍ଟନ ଡି’କକ୍ । ସେ ମାତ୍ର ୫୨ଟି ବଲରେ ୮୦ ରନ କରିଥିଲେ । ସେହିପରି କେ.ଏଲ. ରାହୁଲ ୨୪ରନ କରିଥିଲେ ।
ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୪୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ପୃଥିବୀ ଶ ସର୍ବାଧିକ ୬୧ ରନ କରିଥିବାବେଳେ ଋଷଭ ପନ୍ତ ୩୯ ରନ ଓ ସରପରାଜ ଖାଁ ୩୬ ରନ କରିଥିଲେ । ତେବେ ଆଜି ଦିଲ୍ଲୀ ପାଇଁ ପ୍ରଥମ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ଓ୍ବାର୍ନର ମାକ୍ର ୪ରନ କରିଥିଲେ । ସେହିପରି ରୋଭମାନ ପାଓ୍ବେଲ ବି ମାତ୍ର ୩ ରନ କରି ଆଉଟ ହୋଇଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ୨ଟି ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଓ୍ବିକେଟ ନେଇଥିଲେ ।