ଆଇପିଏଲ ମୁମ୍ବାଇର ପରାଜୟ ଧାରା ଜାରି, ଲକ୍ଷ୍ନୌଠାରୁ ୧୮ ରନରେ ହାରିଲା

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୨୬ତମ ମ୍ୟାଚରେ ମୁମ୍ବାଇକୁ ୧୮ ରନରେ ପରାସ୍ତ କରିଛି ଲକ୍ଷ୍ନୌ । ଲକ୍ଷ୍ନୌ ଦ୍ବାରା ରଖାଯାଇଥିବା ୨୦୦ ରନର ଲକ୍ଷ୍ୟର ଜବାବରେ ମୁମ୍ବାଇ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୧ ରନ କରିପାରିଥିଲା । ଦଳ ପକ୍ଷରୁ ସୂର୍ୟ଼୍ୟକୁମାର ଯାଦବ ୩୭, ଡେଓ୍ବାଲଡ ବ୍ରେଭିସ ୩୧, ତିଲକ ବର୍ମା ୨୬ ଓ କିରନ ପୋଲାର୍ଡ ୨୫ ରନ କରିଥିଲେ । ଏହି ପରାଜୟ ସହ ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଦଳ ଏପର୍ୟ଼୍ୟନ୍ତ ୬ଟି ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଛି ।

ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଅଧିନାୟକ କେ.ଏଲ.ରାହୁଲଙ୍କ ଲଢୁଆ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ କରିଥିଲା । ରାହୁଲ ମାତ୍ର ୬୦ ବଲରୁ ୧୦୩ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୫ଟି ଛକା ଓ ୯ଟି ଚୌକା ମାରିଥିଲେ ।
ସେହିପରି ମନୀଶ ପାଣ୍ଡେ ୩୮, କ୍ବିଣ୍ଟନ ଡିକକ୍ ୨୪ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ମୁରୁଗାନ ଅଶ୍ବୀନ,ଜୟଦେବ ଉନାଡକଟ ଓ ଫାବିଆନ ଆଲେନ ଗୋଟିଏ ଲେଖାଏଁ ଓ୍ବିକେଟନେଇଥିଲେ ।

ସମ୍ବନ୍ଧିତ ଖବର