ଆଇପିଏଲ : ପଂଜାବକୁ ୨୦ ରନରେ ହରାଇଲା ଲକ୍ଷ୍ନୌ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୨ତମ ମ୍ୟାଚରେ ପଂଜାବକୁ ୨୦ ରନରେ ପରାସ୍ତ କରିଛି ଲକ୍ଷ୍ନୌ ।
ଲକ୍ଷ୍ନୌ ଦ୍ବାରା ରଖାଯାଇଥିବା ୧୫୪ ରନର ଲକ୍ଷ୍ୟ ଜବାବରେ ପଂଜାବ ୧୩୩ ରନ କରିପାରିଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ୨୫ ଓ ଜନି ବେୟାରଷ୍ଟୋ ୩୨ ରନ କରିଥିଲେ । ଲିଆମ ଲିଭିଙ୍ଗଷ୍ଟୋନ ୧୮ ଓ ଋଷି ଧଓ୍ବନ ୨୧ ରନ କରିଥିଲେ ।

ଏହି ମ୍ୟାଚରେ ପଂଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ କ୍ବିଣ୍ଟନ ଡି’କକଙ୍କ ୪୬ ଓ ଦିପକ ହୁଦାଙ୍କ ୩୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । ଦଳ ଆରମ୍ଭରୁ ଅଧିନାୟକ କେ.ଏଲ. ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ଡି’କକ୍ ଓ ହୁଡାଙ୍କ ଭାଗିଦାରିତା ବଳରେ ସ୍ଥିତିକୁ ସମ୍ଭାଳି ନେଇଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳର ରନ ଗତି ପୁଣି ଧୀମା ହୋଇଯାଇଥିଲା । ପଂଜାବ ପକ୍ଷରୁ କାସିଗୋ ରବାଡା ୪ଟି ଓ୍ବିକେଟ ଓ ରାହୁଲ ଚହର ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର