ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କ ପାଇଁ କିଛି ବିଶେଷ ନଥିଲା। ପ୍ରଥମ ୧୩ଟି ମ୍ୟାଚରେ ତାଙ୍କ ବ୍ୟାଟ୍ ନୀରବ ରହିଥିଲା ଏବଂ ତାଙ୍କ ଦଳ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ। ୧୪ତମ ଅର୍ଥାତ୍ ଶେଷ ମ୍ୟାଚରେ ପନ୍ତ ତାଙ୍କର ପୁରୁଣା ଫର୍ମରେ ଦେଖାଦେଇ ଶତକ ହାସଲ କରିଥିଲେ। ତଥାପି ଦଳକୁ ପରାଜୟ ହେବାକୁ ପଡ଼ିଥିଲା।
ଯଦିଓ ରିଷଭ ପନ୍ତ ଆଇପିଏଲ ୨୦୨୫ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ପରାମର୍ଶଦାତା ଜାହିର ଖାନ କହିଛନ୍ତି, ‘ ଏହି ଷ୍ଟାର ୱିକେଟକିପରଙ୍କ ଦକ୍ଷତା ଉପରେ କେବେ ସନ୍ଦେହ କରାଯାଇ ପାରିବ ନାହିଁ।
ମେଗା ନିଲାମରେ ୨୭ କୋଟି ଟଙ୍କା ମୂଲ୍ୟରେ କିଣାଯାଇଥିବା ରିଷଭ ପନ୍ତ ଆଇପିଏଲ ୨୦୨୫ରେ କେବଳ ୨୬୯ ରନ କରିଥିଲେ। ସେ ଦଳର ଶେଷ ସିଜନ ମ୍ୟାଚରେ ୬୧ ବଲରୁ ୧୧୮ ରନ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଦଳକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ପନ୍ତ ଜଣେ ଅଧିନାୟକ ଭାବରେ ପ୍ରକୃତରେ ଭଲ ପ୍ରଦର୍ଶନ କରିଥିଲେ। ଏହା ସମଗ୍ର ସିଜନରେ ଆମ ପାଇଁ ଏକ ସକାରାତ୍ମକ ଦିଗ ଥିଲା। ଆମେ ଖୁସି ଯେ ସେ ଏକ ବହୁତ ଭଲ ପ୍ରଦର୍ଶନ ସହିତ ସିଜନ ଶେଷ କରିଥିଲେ।’