ଏହି ନାଁ ସହ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ, ଟ୍ୱିଟ କରି ସୂଚନା ଦେଲେ ଦଳର ମାଲିକ ସଂଜୀବ ଗୋଏଙ୍କା

ନୂଆଦିଲ୍ଲୀ: ଧମାଲ କରିବ ଆଇପିଏଲ୍ ୨୦୨୨ | ଏଥର ୮ଟି ନୁହେଁ ବରଂ ୧୦ଟି ଟିମ କରିବେ କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ | ପୂର୍ବରୁ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଟିମ ଆଇପିଏଲ୍ ୨୦୨୨ରେ ସାମିଲ ହୋଇଥିଲେ | ହେଲେ ଆଇପିଏଲରେ ଥିବା ପ୍ରତ୍ୟକ ଦଳ ଭିନ୍ନ ନାଁ ରଖାଯାଇଥିବା ବେଳେ ଏହି ଦୁଇ ଦଳ କେବେ ନିଜ ନିଜର ନାମକରଣ କରିବେ ସେ ଅପେକ୍ଷାରେ ଥିଲେ କ୍ରିକେଟ ପ୍ରେମୀ | ହେଲେ ଆଜି ସେଇ ଅପେକ୍ଷାର ଅନ୍ତ ଘଟାଇଛି ଲକ୍ଷ୍ନୌ ଟିମ | ନୂଆ ନାଁ ସହ ଆଇପିଏଲରେ ଯୋଡି ହୋଇଛି ଲକ୍ଷ୍ନୌ ଟିମ |

ଏହି ଟିମର ମାଲିକ ସଂଜୀବ ଗୋଏଙ୍କା ଟିମର ନାଁ ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ରଖାଯାଇଥିବା ନେଇ ଘୋଷଣା କରିଛନ୍ତି। ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ । ଲକ୍ଷ୍ନୌ ଦଳ ଆଇପିଏଲର ନିଲାମୀ ପୂର୍ବରୁ କେଏଲ ରାହୁଲ, ମାର୍କସ ଷ୍ଟୋଇନିସ ଓ ରବି ବିଶ୍ନୋଇଙ୍କୁ ଦଳରେ ସାମିଲ କରିଛି । କେଏଲ ରାହୁଲଙ୍କୁ ଦଳ ଅଧିନାୟକ ଭାବେ ୧୭ କୋଟି ଦେଇ ସାମିଲ କରାଯାଇଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳି ମାର୍କସ ଷ୍ଟୋଇନିସ ଦ୍ୱିତୀୟ ଖେଳାଳି ଭାବେ୧୧ କୋଟି ଟଙ୍କା ସହ ଦଳରେ ସାମିଲ କରାଯାଇଛି | ତେବେ ଲକ୍ଷ୍ନୌ ପରେ ଅହମ୍ମଦାବାଦ କେବେ ଦଳର ନାଁ ଘୋଷଣା କରିବ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି |

ସମ୍ବନ୍ଧିତ ଖବର