ଆଇପିଏଲ : କୋଲକାତାକୁ ୭୫ ରନରେ ପରାସ୍ତ କଲା ଲକ୍ଷ୍ନୌ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ ର ୫୩ତମ ମ୍ୟାଚରେ କୋଲକାତାକୁ ୭୫ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଲକ୍ଷ୍ନୌ ।
ଲକ୍ଷ୍ନୌ ଦ୍ବାରା ରଖାଯାଇଥିବା ୧୭୭ ରନ ଲକ୍ଷ୍ୟ ଜବାବରେ କୋଲକାତା ୧୪. ୩ ଓଭରରେ ମାତ୍ର ୧୦୧ ରନ କରି ଅଲଆଉଟ୍ ହୋଇଯାଇଥିଲା । ଆନ୍ଦ୍ରେ ରସେଲଙ୍କ ବ୍ୟତୀତ ଦଳ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଲକ୍ଷ୍ନୌ ବୋଲରଙ୍କ ସାମନା କରିପାରିନଥିଲେ । ରସେଲ ୪୫ ଓ ସୁନୀଲ ନାରିନ ୨୨ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଅଭେସ ଖାଁ ଓ ଜାସନ ହୋଲଡର ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ କୋଲକାତା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବକେଟ୍ ହରାଇ ୧୭୬ ରନ କରିଥିଲା । ଦଳ ଇନିଂସ ଆରମ୍ଭରୁ ନିଜ ଅଧିନାୟକ କେଏଲ ରାହୁଲଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ କ୍ବିଣ୍ଟନ ଡି’କକ ଓ ଦୀପକ ହୁଦା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଡି’କକ ୫୦ ରନ କରିଥିବାବେଳେ ହୁଦା ୪୧ ରନ କରିଥିଲେ । କ୍ରୁନାଳ ପାଣ୍ଡ୍ୟା ୨୫ ରନ ଓ ମାର୍କସ ଷ୍ଟଇନିସ ୨୮ ରନ କରିଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ବିକେଟ ନେଇଥିବାବେଳେ, ସୁନୀଲ ନାରିନ, ଟିମ ସାଉଦି ଓ ଶୁଭମ ମାଭି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଜିର ପ୍ରଥମ ମ୍ୟାଚରେ ରାଜସ୍ଥାନ ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା ।

 

ସମ୍ବନ୍ଧିତ ଖବର