ଲୁତୁରପଙ୍କ କ୍ରିିକେଟ୍‌ କପ୍‌: ଜାଗୃତି ବିଜେତା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୨୨ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ୍‌ କପ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଫାଇନାଲରେ ସମ୍ବଲପୁର ମେହେତାବ କ୍ଲବ୍‌କୁ ହରାଇ ଭୁବନେଶ୍ୱରର ଜାଗୃତି ସ୍ପୋର୍ଟିଂ ବିଜେତା ହୋଇଛି। ଫାଇନାଲ ମ୍ୟାଚ୍‌ ଉଭୟ ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା। ଟି-୨୦ରେ ସମ୍ବଲପୁର ଦଳ ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ୧୪୦ ରନ୍‌ କରିଥିଲା। ଅଭିନବ ସାମନ୍ତ ୩୮ ବଲରୁ ୬୪ ରନ୍‌ କରିଥିଲେ। ଜାଗୃତି ପକ୍ଷରୁ ସତ୍ୟାନନ୍ଦ ରେଡ୍ଡି ଓ ରାଜେଶ ସାହୁ ୩ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ଭୁବନେଶ୍ୱର ଦଳ ୧୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୦ ରନ୍‌ କରିଥିଲା। ଫଳରେ ମ୍ୟାଚ ଟାଇ ହୋଇଥିଲା। ଭୁବନେଶ୍ୱରର ଇଲୁ ଗୋଛାୟତ ୩୧ ଓ ରଣଜିତ ପଶାୟତ ୯ ବଲରୁ ୨୭ ରନ୍‌ କରିଥିଲେ। ସମ୍ବଲପୁର ଦଳର ସୟଦ ଜ୍ୟାକି ୪ ଓ୍ଵିକେଟ ଅକ୍ତିଆର କରିଥିଲେ। ପରେ ଟି-୧୦ରେ ଭୁବନେଶ୍ୱର ଦଳ ୯ ଓ୍ଵିକେଟ ହରାଇ ୧୨୮ ରନ୍‌ କରିଥିଲା। ଦୁର୍ଗା ବେହେରା ୧୩ ବଲରୁ ୩୧, ମନୋରଂଜନ ତ୍ରିପାଠୀ ୨୪ ଓ ଅଂକୁଶ ମହାନ୍ତି ୧୭ ରନ୍‌ କରିଥିଲେ। ସମ୍ବଲପୁର ଦଳର ସୟଦ ଜାକିର, ସଦାମ ହୁସେନ ଓ ମହମ୍ମଦ ଫୈଜଲ ୨ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ସମ୍ବଲପୁର ଦଳ ୯ ଓ୍ଵିକେଟ ହରାଇ ୭୮ ରନ୍‌ କରିପାରିଥିଲା। ଅଭିନବ ସାମନ୍ତ ୨୨ ରନ୍‌ କରିଥିଲେ। ଭୁବନେଶ୍ୱର ଦଳର ବାଦଳ ଭୋଳ ଓ ସତ୍ୟାନନ୍ଦ ରେଡ୍ଡି ୨ଟି ଲେଖାଏଁ ଉଇକେଟ ଓ ରାଜେଶ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଭୁବନେଶ୍ୱର ଦଳ ୧-୦ରେ ବିଜୟୀ ହୋଇ ବିଜେତା ହୋଇଥିଲା। ସମ୍ବଲପୁର ଦଳର ଅଭିନବ ସାମନ୍ତଙ୍କୁ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌, ଶେଖ ଜାହାଙ୍ଗୀର ଶ୍ରେଷ୍ଠ ବୋଲର୍‌, ଭୁବନେଶ୍ୱର ଦଳର ଦୁର୍ଗା ବେହେରାଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଓ ମନୋରଂଜନ ତ୍ରିପାଠୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର