ଭୁବନେଶ୍ୱର: ସ୍ଥାନୀୟ ହାଇସ୍କୁଲ ପଡିଆରେ ଚାଲିଥିବା ୧୩ତମ ଲକ୍ଷ୍ମୀସାଗର କପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ ମୁକାବିଲା ଆଇଆରସି ଓ ସହିଦନଗର ମଧ୍ୟରେ ରବିବାର ହେବ। ଶୁକ୍ରବାର ସେମିଫାଇନାଲ୍ରେ ଉଭୟ ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି।
ପ୍ରଥମ ସେସମିଫାଇନାଲରେ ନ୍ୟୁ ଷ୍ଟାର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୦ ରନ କରିଥିଲା। ଜବାବରେ ସହିଦନଗର ୧୯.୫ ଓଭରରେ ୯ ୱିକେଟ୍ ହରାଇ ୨୨୨ ରନ୍ କରିଥିଲା। ବିଜୟୀ ଦଳର ଭବାନି ଶଙ୍କର ସାହୁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ରେ ଜୟ ମା ଦୁର୍ଗା ଦଳ ୧୬ ଓଭରରେ ୯ ୱିକେଟ୍ ହରାଇ ୧୫୫ ରନ କରିଥିଲା। ଜବାବରେ ଆଇଆରସି ଦଳ ୧୫.୪ ଓଭରରେ ୬ ୱିକେଟ୍ ହରାଇ ୧୫୭ ରନ୍ କରିନେଇଥିଲା। ରଶ୍ମିରଞ୍ଜନ ବେହେରାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।