ମୁମ୍ବାଇ : ଶୁକ୍ରବାର ମ୍ୟାଚ୍ରେ ଆର୍ସିବି ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା କାହିଁକି ବୋଲିଂ କଲେ ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଏହାର ସ୍ପଷ୍ଟ ଉତ୍ତର ରଖିଛନ୍ତି ଦଳ ପକ୍ଷରୁ ସର୍ବାଧିକ ୪୯ ରନ୍ କରିଥିବା କ୍ରିସ୍ ଲିନ୍। ୩୧ ବର୍ଷୀୟ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଲିନ୍ କହିଛନ୍ତି ହାର୍ଦିକଙ୍କ କାନ୍ଧରେ ସମସ୍ୟା ଥିବାରୁ ସେ ବୋଲିଂ କରିନଥିଲେ। ତେବେ କେବଳ ପ୍ରତିଶେଧକମୂଳକ ପଦକ୍ଷେପ ପାଇଁ ସେ ବୋଲିଂ କରୁନାହାନ୍ତି, କାରଣ ତାଙ୍କ ଉପରେ ଜାତୀୟ ଦଳର ବୋଝ ରହିଛି। ଆଇପିଏଲ୍ ପୂର୍ବରୁ ସେ ଅନ୍ୟୁନ ୧୪ ମ୍ୟାଚ୍ ଖେଳି ଆସିଛନ୍ତି। ଗତ ଆଇପିଏଲ୍ରେ ବୋଲିଂ କରିନଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ଶୃଙ୍ଖଳାରେ ବୋଲିଂ କରିଥିଲେ। ତେଣୁ ଅଧିକ ରିକ୍ସ ନ ନେଇ ହାର୍ଦିକ ବୋଲିଂ କରୁନାହାନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ନିଶ୍ଚିତ ଶୁକ୍ରବାର ରାତିରେ ଷଷ୍ଠ ବୋଲର୍ ବିକଳ୍ପର ଅଭାବ ପଡ଼ିଥିଲା ବୋଲି ଲିନ୍ ସ୍ବୀକାର କରିଥିଲେ। ବ୍ୟାଟିଂରେ ହାର୍ଦିକ ୧୦ ବଲରୁ ୧୩ ରନ୍ କରି ହର୍ଷଲ ପଟେଲଙ୍କ ଦ୍ବାରା ଏଲବିଡବ୍ଲ୍ୟୁ ହୋଇଥିଲେ।
ଢୋଲ ବଜାଇଲେ ଗେଲ୍
ମୁମ୍ବାଇ : ଚଳିତ ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଥିବା ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍ ଗେଲ୍ ଢୋଲ ବଜାଉଥିବାର ଭିଡିଓ ବେଶ୍ ଚର୍ଚ୍ଚାରେ ରହିଛି। ଦଲେର ମେହନ୍ଦିଙ୍କ ‘ତୁନକ ତୁନକ ତୁନ୍’ ସଂଗୀତରେ ସେ ଢୋଲ ବଜାଉଥିବାର ଦେଖିବାକୁ ମିଳିଛନ୍ତି। ପଞ୍ଜାବ କିଙ୍ଗ୍ସ ପାଇଁ ଏକ ସୁଟ୍ କରିବାର ଏହି କ୍ଲିପ୍ ଅଂଶବିଶେଷ ଥିଲା। ଶୁକ୍ରବାର ଆଇପିଏଲ୍ ଆରମ୍ଭ ଦିନ ହିଁ କିଙ୍ଗ୍ସ ଦଳ ଏହି ଭିଡିଓ ସେୟାର କରି ପ୍ରଦର୍ଶନ ପାଇଁ ବସ୍ ପ୍ରସ୍ତୁତ ବୋଲି ଲେଖିଛି। ଏହି ଭିଡିଓ ପୋଷ୍ଟ ହେବାର ୨୧ ଘଣ୍ଟା ମଧ୍ୟରେ ୫୨,୦୦୦ରୁ ଅଧିକ ଲାଇକ୍ ମିଳିସାରିଲାଣି। ମନ୍ତବ୍ୟ ସଂଖ୍ୟା ବଢ଼ିଚାଲିଥିବାରୁ ଲୋକମାନେ ଏହାକୁ କେତେମାତ୍ରାରେ ଭଲ ପାଉଛନ୍ତି ତାହା ପ୍ରମାଣିତ ହୋଇଛି। ଏପରିକି ଗେଲ୍ଙ୍କ ବ୍ୟାଟ୍ର ଗର୍ଜନ ଦେଖିବାକୁ ଅପେକ୍ଷା କରିଛୁ ବୋଲି କେତେକ ଲେଖିଛନ୍ତି। ପଞ୍ଜାବ କିଙ୍ଗ୍ସ ଆସନ୍ତା ୧୨ ତାରିଖ ଦିନ ରାଜସ୍ଥାନ ରୟାଲ୍ସ ସହ ଖେଳି ଚଳିତ ଆଇପିଏଲ୍ରେ ଅଭିଯାନ ଆରମ୍ଭ କରିବ।