ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଭ୍ୟାସ କରୁଥିଲା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲା। ବର୍ଷା ହେବା ଦେଖି ଆରସିବିର ସମସ୍ତ ଖେଳାଳିମାନେ ସେମାନଙ୍କର କିଟ୍ ସହିତ ପଡ଼ିଆ ବାହାରକୁ ଚାଲିଆସିଥିଲେ। କିନ୍ତୁ ଏପରି ବର୍ଷା ଦେଖି ଅଷ୍ଟ୍ରେଲୀୟ ଖେଳାଳି ଟିମ୍ ଡେଭିଡ୍ ନିଜକୁ ରୋକିପାରି ନଥିଲେ। ସେ ପଡ଼ିଆ ମଝିରେ ଛୋଟ ପିଲାପରି ବର୍ଷା ପାଣିର ମଜା ନେଉଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।
ଆଇପିଏଲ ପୁଣିଥରେ ଆରମ୍ଭ ହେବାପରେ ପ୍ରଥମ ମ୍ୟାଚ୍ ମଇ ୧୭ ତାରିଖ ଶନିବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ।
ବେଙ୍ଗାଲୁରୁରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ହେବାର ସମ୍ଭାବନା ରହିଛି, ଗତ କିଛି ଦିନ ଧରି ଏଠାରେ ଲଗାଣ ବର୍ଷା ହେଉଛି। ଏପରି ପାଗ ପାଇଁ ଆରସିବି ଖେଳାଳିମାନେ ଆଦୌ ଦୁଃଖୀତ ନୁହଁନ୍ତି, କାରଣ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେଲେ ମଧ୍ୟ ଦଳ ପ୍ଲେଅଫ୍ ପାଇଁ ଟିକେଟ୍ ନିଶ୍ଚିତ କରିବ।
Tim David ❌
— Royal Challengers Bengaluru (@RCBTweets) May 16, 2025
Swim David ✅
Bengaluru rain couldn’t dampen Timmy’s spirits… Super TD Sopper came out in all glory. 😂
This is Royal Challenge presents RCB Shorts. 🩳🤣#PlayBold #ನಮ್ಮRCB #IPL2025 pic.twitter.com/PrXpr8rsEa
ଏପର୍ଯ୍ୟନ୍ତ ଆରସିବିର ପ୍ରଦର୍ଶନ ଉତ୍କୃଷ୍ଟ ରହିଛି। ବିରାଟ କୋହଲି ଅରେଞ୍ଜ କ୍ୟାପ୍ ଦୌଡ଼ରେ ଅଛନ୍ତି, ସେ ୧୧ଟି ମ୍ୟାଚରେ ୫୦୫ ରନ୍ କରିଛନ୍ତି। ଆରସିବିଦଳ ବର୍ତ୍ତମାନ ୧୬ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ୧୧ ମ୍ୟାଚ୍ ରୁ ଆରସିବି ୮ଟିରେ ବିଜୟୀ ହୋଇଛି।