ମା ହିଙ୍ଗୁଳା କପ୍‌ କ୍ରିକେଟ୍‌ ସେମିରେ ରାମେଶ୍ୱର

ଭୁବନେଶ୍ୱର: ଅନୁଗୁଳରେ ଚାଲିଥିବା ମା ହିଙ୍ଗୁଳା କପ୍‌ କ୍ରିକେଟ ପ୍ରତିଯୋଗିତାର ସେମି ଫାଇନାଲ୍‌ରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ପହଞ୍ଚିଛି। ସୋମବାର କ୍ୱାର୍ଟର ଫାଇନାଲ୍‌ରେ ରାମେଶ୍ୱର ସ୍ପୋର୍ଟିଂ ୫ ଓ୍ଵିକେଟ୍‌ରେ ଝାରସୁଗୁଡ଼ା ଲିଓ କ୍ଲବ୍‌କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଝାରସୁଗୁଡ଼ା ନିର୍ଧାରିତ ୨୫ ଓଭରରେ ୧୪୬/୧୦ କରିଥିଲା। ବିଶ୍ୱରଞ୍ଜନ କର ୪୬ ରନ୍‌ କରିଥିଲେ। ରାମେଶ୍ୱର ପକ୍ଷରୁ ରାକେଶ ଶର୍ମା ୩, ପରେଶ ପଟେଲ ଏବଂ ବିଶ୍ୱଜିତ ଭୂୟାଁ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ରାମେଶ୍ୱର ସ୍ପୋର୍ଟିଂ ୨୨.୩ ଓଭରରେ ୫ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲେ। କୁନାଲ ମଲ୍ଲିକ ୪୯*, ପରେଶ ପଟେଲ ୩୧, ନରେନ୍ଦ୍ର ଦାସ ୨୩ ରନ୍‌ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ପରେଶ ପଟେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର