ମା’ ହିଙ୍ଗୁଳା କପ୍‌ ସେମିରେ ଟାଉନ୍‌ କ୍ଲବ୍‌

ଭୁବନେଶ୍ବର: ଭୁବନେଶ୍ବରର ଟାଉନ୍‌ କ୍ଲବ୍‌ ୮୨ ରନ୍‌ରେ ପିସିସି ପାରାଦୀପକୁ ହରାଇ ଢେଙ୍କାନାଳର ମୃଦଙ୍ଗାରେ ଚାଲିଥିବା ମା’ ହିଙ୍ଗୁଳା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ଟାଉନ୍‌ କ୍ଲବ୍‌ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍‌ରେ ୨୧୧ ରନ୍‌ କରିଥିଲା। ଦୀପକ ମାଝୀ ୫୮, ବିନାୟକ ନାୟକ ୩୮ ଓ ବିଶାଲ କର ୩୬ ରନ୍‌ କରିଥି‌ଲେ। ପିଣ୍ଟୁ ଶର୍ମା ୩ ୱିକେଟ୍‌ ପାଇଥିଲେ। ଜବାବରେ ପାରାଦୀପ ୮ ୱିକେଟ୍‌ ହରାଇ ୧୨୯ ରନ୍‌ କରିପାରିଥିଲା। ବିନାୟକ ମହାନ୍ତି ୩ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପକ ମାଝୀ (୫୮ ରନ୍‌, ୧ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର