ଚାରିଛକ: ପୁରୁଣାକଟକ ଫୁଟ୍‌ବଲ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଚାଲିଥିବା ମା’ ଭୈରବୀ କପ୍‌ ଫୁଟ୍‌ବଲ ପ୍ରତିଯୋଗିତାରେ ପ୍ରଥମ ଦଳ ଭାବେ ଭୁବନେଶ୍ୱରର ଜଗା ୟୁନାଇଟେଡ୍‌ ଫଇନାଲ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ ଏହି ଦଳ ୧-୦ ଗୋଲ୍‌ରେ ଫୁଲବାଣୀ ଜିଲ୍ଲା ଫୁଟ୍‌ବଲ ସଂଘ ଦଳକୁ ହରାଇଦେଇଛି। ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧର ୨୫ ମିନିଟରେ ଏକମାତ୍ର ଗୋଲ୍‌ଟି ହୋଇଥିଲା। ବୁଧବାର ଗ୍ରୁପ୍‌ ବି-ର ପ୍ରଥମ ମ୍ୟାଚ୍‌ ସଂଘର୍ଷ କ୍ଲବ୍‌ (ଭୁବନେଶ୍ୱର) ଓ ପତାକା କ୍ଲବ୍‌ (ଅନୁଗୁଳ) ମଧ୍ୟରେ ଖେଳାଯିବ।