ଧୋନି ଖେଳିବେ କି ନାହିଁ ନିଷ୍ପତ୍ତି ନିଅନ୍ତୁ: ମଦନ ଲାଲ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟ୍ ଖେଳାଳି ତଥା ୧୯୮୩ ବିଶ୍ବକପ୍ ବିଜେତା ମଦନ ଲାଲ୍ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଧୋନି ଯଦି ଦଳକୁ ଫେରିବାକୁ ଚାହାନ୍ତି ତେବେ ସେ ବିଷୟରେ ନିଜେ ନିଷ୍ପତ୍ତି ନିଅନ୍ତୁ। ଏହା ବ୍ୟତୀତ ଦଳକୁ ସିଧାସଳଖ ଫେରି ମ୍ୟାଚ୍ ଖେଳିବା କଷ୍ଟ କଥା ତେଣୁ ଦଳକୁ ଫେରିବା ପୂର୍ବରୁ ଭାରତରେ ଘରୋଇ ମ୍ୟାଚ୍‌ଗୁଡିକୁ ଖେଳନ୍ତୁ ବୋଲି ମଦନ ଲାଲ କହିଛନ୍ତି। ଅନ୍ୟ ପକ୍ଷରେ ଭାରତ- ‌େଵଷ୍ଟ୍‌ଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ୍‌ର ପରାଜୟ ଲାଗି କୋହଲିଙ୍କ ଦଳର ବୋଲିଂ ବିଭାଗକୁ ଦାୟୀ କରିଛନ୍ତି ମଦନ। ବୋଲିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ସହିତ ମ୍ୟାଚ୍‌ରେ ଅଧିକ ଦ୍ରୁତ ବୋଲର୍ ଖେଳାଇବାକୁ ସେ ପରାମର୍ଶ ଦେଇଛନ୍ତି। ବିଜୟୀ ‌େଵଷ୍ଟ୍‌ଇଣ୍ଡିଜର ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ନୂଆ ଅଧିନାୟକ କିରଣ ପୋଲାର୍ଡଙ୍କ ନେତୃତ୍ବକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର