ମଦନପୁର କପ୍‌: ବଜରଙ୍ଗବାଲି ବିଜୟୀ

ଭୁବନେଶ୍ୱର: ମଦନପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବୁଧବାରଠାରୁ ଆରମ୍ଭ ହୋଇଛି ଷଷ୍ଠ ମଦନପୁର କପ୍‌ ଫୁଟବଲ୍‌ ପ୍ରତିଯୋଗିତା। ଏହି ୮ ଦଳୀୟ ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଭୁବନେଶ୍ୱରର ବଜରଙ୍ଗବାଲି ସ୍ପୋର୍ଟସ ସଂଘ ୩-୦ ଗୋଲ୍‌ରେ ଗୀତା ୟୁନାଇଟେଡକୁ ପରାସ୍ତ କରିଛି। ବିକାଶ ନାୟକ, ମନୋରଞ୍ଜନ ଖୁଣ୍ଟିଆ, ଶ୍ରୀକୃଷ୍ଣ ପଟ୍ଟନାୟକ ଓ ସୁଶାନ୍ତ ମିଶ୍ର ଖେଳ ପରିଚାଳନା କରିଥିଲେ। ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ୱର ଦୌଡ଼କୁଦ ସଂଘର ସଂପାଦକ ସୌର୍ଯ୍ୟ ରଞ୍ଜନ ପରିଜା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏହି ଅବସରରେ ରମେଶ ସାହୁ, ବିଷ୍ଣୁ ପ୍ରସାଦ ଜେନା, ଉଲ୍ଲାସ ଚନ୍ଦ୍ର ବିଦ୍ୟାଧର, ପ୍ରଦୀପ ବଳିଆରସିଂହ ଉପସ୍ଥିତ ଥିଲେ। ଗୁରୁବାର ମଙ୍ଗଳ କ୍ଲବ୍‌ କଟକକୁ ଜଟଣୀର ଗୋଲଡେନ୍‌ କ୍ଲବ୍‌ ଭେଟିବ।

ସମ୍ବନ୍ଧିତ ଖବର