ମଦନପୁର କପ୍‌ ଫୁଟ୍‌ବଲ୍‌: ଫାଇନାଲରେ ଆର୍ଯ୍ୟନ୍‌ ଏକାଡେମି

ଭୁବନେଶ୍ୱର: ଖୋର୍ଧାର ଆର୍ଯ୍ୟନ୍‌ ଏକାଡେମି ମଦନପୁର ଫୁଟ୍‌ବଲ୍‌ ଲିଗ୍‌ର ଫାଇନାଲରେ ପ୍ରବେଶ କରିଛି। ଶନିବାରର ପ୍ରଥମ ସେମିଫାଇନାଲ ଦୁଇ ଖୋର୍ଧା ଦଳ ଏଡି କ୍ଲବ୍‌ ଏବଂ ଆର୍ଯ୍ୟନ୍‌ ଏକାଡେମି ମଧ୍ୟରେ ଖେଳା ଯାଇଥିଲା। ଏଥିରେ ଆର୍ଯ୍ୟନ୍‌ ଏକାଡେମି ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ମିତୁ ମାଝୀ ୫୩ ମିନିଟ୍‌ରେ ଦେଇଥିଲେ। ରବିବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଜିଏଫ୍‌ସି, ଭୁବନେଶ୍ୱର ଓ ସାଇ ଏଫ୍‌ସି, ଭୁବନେଶ୍ୱର ମୁହାଁ ମୁହିଁ ହେବେ। ଆଜି ମ୍ୟାଚ୍‌ ଶ୍ରୀକୃଷ୍ଣ ପଟ୍ଟନାୟକ, ମନୋରଞ୍ଜନ ଖୁଣ୍ଟିଆ ଓ ରବି ନାରାୟଣ ରଣା ପରିଚାଳନା କରିଥିଲେ। ମ୍ୟାଚ୍‌ କମିସନର ଥିଲେ ପ୍ରଦୀପ କୁମାର ବଳିୟାରସିଂହ।

ସମ୍ବନ୍ଧିତ ଖବର