ମଦନପୁର କପ୍: କ୍ରୀଡ଼ା ଛାତ୍ରାବାସ ବିଜୟୀ

ଭୁବନେଶ୍ବର: ନବଜ୍ୟୋତି କ୍ଲବ୍‌ ଆନୁକୂଲ୍ୟରେ ମଦନପୁର ‌ହାଇସ୍କୁଲ ପଡ଼ିଆରେ ଚାଲିଥିବା ମଦନପୁର କପ୍‌ ଫୁଟ୍‌ବଲ୍‌ ପ୍ରତି‌ଯୋଗିତାର ବୁଧବାର ଏକ ମ୍ୟାଚ୍‌ରେ କଟକର କ୍ରୀଡ଼ା ଛାତ୍ରାବାସ ବିଜୟୀ ହୋଇଛି। ଏହି ଦଳ ୨-୦ ଗୋଲ୍‌ରେ ଏସ୍‌କେଡି ଏଫ୍‌ସି (ବିଶାଖାପାଟଣା)କୁ ପରାସ୍ତ କରିଦେଇଛି। ଅମର ଖାଡିଆ (୭ ମିନିଟ) ଓ ସଂଜିତ କିସନ (୧୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ବିଶାଖାପାଟଣା ଦଳର ସାଗର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସମାଜସେବୀ ବିଜୁ ଛୋଟରାୟ ଓ ଦିଲୀପ ସାହୁ, ଶିଳ୍ପପତି ବାସୁଦେବ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଦୁର୍ଗା ଆଚାର୍ଯ୍ୟ, ପ୍ରଦୀପ୍ତ ନାୟକ, ସୁଶାନ୍ତ ମିଶ୍ର, ପ୍ରଶାନ୍ତ କୁମାର ପାଲ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର ହୁଗୁଳି ଫୁଟ୍‌ବଲ ଏକାଡେମି (କଲିକତା) ଓ ଫ୍ରେଣ୍ଡ୍‌ସ ପାରାଡାଇଜ୍‌ (ଜଟଣୀ) ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର