ମଦନପୁର କପ୍‌: ଟାଇବ୍ରେକର୍‌ରେ ଜିତିଲା ଖୋର୍ଧା

ଭୁବନେଶ୍ୱର: ମଦନପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଷଷ୍ଠ ମଦନପୁର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚ୍‌ରେ ଖୋର୍ଧାର ଜୟଦୁର୍ଗା କ୍ଲବ୍‌ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ପାରାଦୀପର ବଳଦେବ ଜୀଉ ସ୍ପୋର୍ଟିଂ ବିପକ୍ଷ ଏହି ମ୍ୟାଚ୍‌ ନିର୍ଧାରିତ ସମୟରେ ୧-୧ ଗୋଲ୍‌ରେ ଅମୀମାଂସିତ ରହିବା ପରେ ଖୋର୍ଧା ୪-୩ ଟାଇବ୍ରେକର୍‌ ଗୋଲ୍‌ରେ ବିଜୟୀ ହୋଇଥିଲା। ନିର୍ଧାରିତ ସମୟ ଖେଳରେ ମିତୁ ମାଝୀ (୨୭ ମିନିଟ୍‌) ଏବଂ ପାରାଦୀପ ପକ୍ଷରୁ ସେଖ୍‌ ରାଜା (୪୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସେଖ୍‌ ରାଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସୁଶାନ୍ତ ମିଶ୍ର, ମନୋରଂଜନ ଖୁଣ୍ଟିଆ ଏବଂ ଶ୍ରୀକୃଷ୍ଣ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ନାୟକ, ପ୍ରଦୀପ କୁମାର ବଳିଆରସିଂହ, ପଦ୍ମଚରଣ ଜେନା ଏବଂ ବିଷ୍ଣୁ ପ୍ରସାଦ ଜେନା ପ୍ରମୁଖ ଆଜିର ଅତିଥି ଥିଲେ। ଶନିବାର କଳିଙ୍ଗ ସ୍ପୋର୍ଟିଂକୁ କଟକର ଜିଏସ୍‌ଏ ଦଳ ଭେଟିବ।

ସମ୍ବନ୍ଧିତ ଖବର