ନଭେମ୍ବର ୧୨ରୁ ମଦନପୁର କପ୍‌

ଭୁବନେଶ୍ୱର: ମଦନପୁର କପ୍‌ ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ନଭେମ୍ବର ୧୨ ତାରିଖରୁ ଖେଳାଯିବ। ୧୯ ତାରିଖ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛା ବଛା ଫୁଟବଲ୍‌ ଦଳ ଅଂଶ ଗ୍ରହଣ କରିବେ। ପ୍ରତିଯୋଗିତା ଅବସରରେ ଏକ ପ୍ରଦର୍ଶନୀ ମହିଳା ଫୁଟବଲ୍‌ ମ୍ୟାଚ୍‌ ମଧ୍ୟ ଖେଳାଯିବ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଇଚ୍ଛୁକ ଥିବା ଦଳ ଅଧିକ ବିବରଣୀ ପାଇଁ ଆୟୋଜନ ସମିତିର ସଂଯୋଜକ ପ୍ରଦୀପ କୁମାର ବଳିଆରସିଂହ (୭୮୯୪୨୫୫୨୮୬)ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ। ନବଜ୍ୟୋତି କ୍ଲବ୍‌, ମଦନପୁର ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର