ମଦନପୁର କପ୍ ସେମିରେ ଓଡ଼ିଶା ପୁଲିସ

ଭୁବନେଶ୍ବର: ସପ୍ତମ ରାଜ୍ୟସ୍ତରୀୟ ମଦନପୁର କପ୍ ଫୁଟ୍‌ବଲ୍ ପ୍ରତିଯୋଗିତା‌େର ଓଡ଼ିଶା ପୁଲିସ ୨-୧ ଗୋଲ୍‌ରେ ଆଠମଲ୍ଲିକ ମା’ ବୁଢ଼ି କ୍ଲବ୍‌କୁ ପରାସ୍ତ କରି ସେମିଫାଇନାଲ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ଅନୀଲ ସିନ୍ଦୁର (୬ ମିନିଟ୍) ଏବଂ ଅଭିମନ୍ୟୁ ପଣ୍ଡେ (୭୦ ମିନିଟ୍) ଗୋଲ୍ କରିଥିଲେ। ପରାଜିତ ଦଳର ଏକମାତ୍ର ଗୋଲ୍ ବିକ୍ରମ ନାୟକ (୧୯ ମିନିଟ୍) କରିଥିଲେ। ଓଡ଼ିଶା ପୁଲିସର ବିଜୟ ପଲାନି ସମ୍ମାନିତ ଅତିଥି ସନାତନ ମଙ୍ଗରାଜଙ୍କଠାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିଥିଲେ। ସୁଜିତ ପାତ୍ର, ସୁଶାନ୍ତ ମିଶ୍ର, ରମେଶ ଚନ୍ଦ୍ର ପାଇକରାୟ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍ କମିସନର ଥିଲେ ପ୍ରଦୀପ କୁମାର ବଳିଆରସିଂହ। ଗୁରୁବାର ପ୍ରଥମ ସେମିଫାଇନାଲ ୟାଜଦାନି କ୍ଲବ୍-୭୩ ଓ ଫ୍ରେଣ୍ଡ୍ସ ପାରାଡାଇଜ୍ ଜଟଣୀ ମଧ୍ୟରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର