ମଦନପୁର କପ୍‌ : ଭୋଳେଶ୍ୱରୀ ବିଜୟୀ

ଭୁବନେଶ୍ୱର: ମଦନପୁର ଫୁଟ୍‌ବଲ୍‌ ଲିଗ୍‌ର ସୋମବାର ଖେଳା ଯାଇଥିବା ମ୍ୟାଚ୍‌ରେ ଭୋଳେଶ୍ୱରୀ, ମଦନପୁର ୩-୦ ଗୋଲ୍‌ରେ ପିଆରଓ୍ଵାଇସି ଭୁବନେଶ୍ୱରକୁ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ବିଶାଳ ମାଝୀ (୨୮, ୨୯ ମିନିଟ୍‌) ଦୁଇ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇଥିଲେ। ଅନ୍ୟ ଗୋଲ୍‌ଟିକୁ ହରିହର ମାଝୀ ୩୫ ମିନିଟ୍‌ରେ ଦେଇଥିଲେ। ମଙ୍ଗଳବାର ମ୍ୟାଚ୍‌କୁ ପ୍ରଦୀପ କୁମାର ବଳିଆରସିଂହ, ରବି ନାରାୟଣ ରଣା ଓ ସେଖ୍‌ ଅହମ୍ମଦ ପରିଚାଳନା କରିଥିଲେ। ବୁଧବାର ନବଜ୍ୟୋତି କ୍ଲବ୍‌, ମଦନପୁରକୁ ଜିଏଫସି ଭୁବନେଶ୍ୱର ଭେଟିବ।

ସମ୍ବନ୍ଧିତ ଖବର