ମଦନପୁର କପ୍‌ ଫୁଟ୍‌ବଲ୍‌:ଖଣ୍ଡଗିରିକୁ ହରାଇ ସେମିରେ ଏଡି

ଭୁବନେଶ୍ୱର: ମଦନପୁର ଫୁଟ୍‌ବଲ୍‌ ଲିଗ୍‌ର ସୋମବାର ଖେଳା ଯାଇଥିବା ମ୍ୟାଚ୍‌ରେ ଏଡି କ୍ଲବ୍‌ ଖୋର୍ଧା ୧-୦ ଗୋଲ୍‌ରେ ଖଣ୍ଡଗିରି ଫୁଟବଲ୍‌ କ୍ଲବ୍‌କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏଡି କ୍ଲବ୍‌ ତରଫରୁ ପଙ୍କଜ ସ୍ୱାଇଁ ୩୫ ମିନିଟ୍‌ରେ ମ୍ୟାଚର ଏକମାତ୍ର ଗୋଲ୍‌ ଦେଇଥିଲେ। ପ୍ରଦୀପ କୁମାର ବଳିଆରସିଂହ, ରବି ନାରାୟଣ ରଣା ଓ ସେଖ୍‌ ଅହମ୍ମଦ ଖେଳ ପରିଚାଳନା କରିଥିଲେ। ମଙ୍ଗଳବାର ମ୍ୟାଚ୍‌ରେ ମା ଭୋଳେଶ୍ୱରୀ ମଦନପୁର-ପିଆରଓ୍ଵାଇସି ଭୁବନେଶ୍ୱର ମୁହାଁ ମୁହିଁ ହେବେ।

ସମ୍ବନ୍ଧିତ ଖବର