ମଦନପୁର ପ୍ରିମିୟର ଲିଗ୍‌ ଫୁଟ୍‌ବଲ୍‌ ଆରମ୍ଭ

ଆର୍ଯ୍ୟନ-ଭୋଳେଶ୍ୱରୀ ମ୍ୟାଚ୍‌ ଅମୀମାଂସିତ

ଭୁବନେଶ୍ୱର: ରବିବାରଠାରୁ ପ୍ରଥମ ମଦନପୁର ଫୁଟବଲ୍‌ ଲିଗ୍‌ ଆରମ୍ଭ ହୋଇଛି। ଆର୍ଯ୍ୟନ ଏକାଡେମି ଓ ଭୋଳେଶ୍ୱରୀ ମଦନପୁର ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଆର୍ଯ୍ୟନ ପକ୍ଷରୁ ସପନି ନାୟକ ୩୯ ମିନିଟ୍‌ ଏବଂ ରାଜେଶ ନାୟକ ୪୭ ମିନିଟ୍‌ରେ ଗୋଲ୍‌ କରିଥିଲେ। ପୂର୍ବତନ ଖେଳମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମାଜସେବୀ ରମେଶ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ନବଜ୍ୟୋତି କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ଉଦଘାଟନୀ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ବଳିଆରସିଂହ ଉଦଘାଟନୀ ସଭାରେ ସଭାପତିତ୍ୱ କରିଥିଲେ। ସୋମବାର ଦ୍ୱିତୀୟ ଦିନରେ ନବଜ୍ୟୋତି ମଦନପୁର ଏବଂ ଗୀତା ଫୁଟବଲ୍‌ କ୍ଲବ୍‌ ମୁହାଁ ମୁହିଁ ହେବେ। ମନୋରଞ୍ଜନ ଖୁଣ୍ଟିଆ, ଶ୍ରୀକୃଷ୍ଣ ପଟ୍ଟନାୟକ ଓ ଆଶିଷ ଛୁଆଳସିଂହ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର