ଭୁବନେଶ୍ବର: ଉର୍ମିଳା ଏକାଡେମି ଚତୁର୍ଥ ମଦନପୁର କପ୍ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାର ବିଜେତା ହୋଇଛି। ଶନିବାର ଫାଇନାଲ୍ ମ୍ୟାଚ୍ରେ ଉର୍ମିଳା ଏକାଡେମି ୨-୦ ଗୋଲ୍ରେ ନୀତା ଆମ୍ବାନୀ ଏକାଡେମିକୁ ପରାସ୍ତ କରିଥିଲା। ଗୋଲ୍ ଦୁଇଟି ଲକ୍ଷ୍ମୀ (୧୮, ୩୦ ମିନିଟ୍) ଦେଇଥିଲେ। ଯୁଗଳ ଗୋଲ୍ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲକ୍ଷ୍ମୀଙ୍କୁ ମିଳିଥିଲା। କୁସୁମାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସୁନିଲ କୁମାର ରାଉତରାୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରବିବାର ସପ୍ତମ ମଦନପୁର କପ୍ ଫୁଟ୍ବଲ୍ ଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଜଟଣୀ ଫ୍ରେଣ୍ଡ୍ସ ପାରାଡାଇଜ୍ କ୍ଲବ୍କୁ ଭେଟିବ ଭୁବନେଶ୍ବରର କିଶୋର କ୍ଲବ୍।
ମଦନପୁର କପ୍ ମହିଳା ଫୁଟ୍ବଲ୍ ଜିତିଲା ଉର୍ମିଳା ଏକାଡେମି
/sambad/media/post_attachments/wp-content/uploads/2018/12/Untitled-4-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)