ମଧୁମଞ୍ଜରୀଙ୍କୁ ଅସିଚାଳନା ସ୍ବର୍ଣ୍ଣ

ଯାଜପୁରସଦର: ଯାଜପୁର ଜିଲ୍ଲା ପାଣିକୋଇଲି ବ୍ରଜନଗର ଗ୍ରାମର ମଦନ ମୋହନ ଧଳଙ୍କ ଦିବ୍ୟାଙ୍ଗ ଝିଅ ମଧୁମଞ୍ଜରୀ ଧଳ (୨୮) ଜାତୀୟ ଅସି ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚେନ୍ନାଇ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ମଧୁମଞ୍ଜରୀଙ୍କୁ ଏହି ସଫଳତା ମିଳିଥିଲା। ସାଧାରଣ ପରିବାରରୁ ଯାଇ ମଧୁମଞ୍ଜରୀ ଭୁବନେଶ୍ବର ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘର ଟେଲରିଙ୍ଗ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପରେ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଛି। ତାଙ୍କର ଏହି ସଫଳତା ଯାଜପୁର ଜିଲ୍ଲା ପାଇଁ ଗୌରବ ଆଣିଛି। ଏହି ସଫଳତାର ଶ୍ରେୟ ସେ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ ରାଖଲ କୁମାର ସେଠୀ ଓ ଅନୁଷ୍ଠାନର ସମ୍ପାଦକ ସୁରେଶ ଚନ୍ଦ୍ର ‌ବେହେରାଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର