ଭୁବନେଶ୍ୱରରେ ପହଞ୍ଚିଲେ ଧକ୍ ଧକ୍ ଗର୍ଲ ମାଧୁରୀ; ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ନୃତ୍ୟ ପରିବେଷଣ କରିବେ

ଭୁବନେଶ୍ୱର :  ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ । ଉଦଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପହଞ୍ଚିଛନ୍ତି ଧକ୍ ଧକ୍ ଗର୍ଲ । ପ୍ରାୟ ୧୧୦୦ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ହକି ବିଶ୍ୱ କପର ଥିମ୍ ରହିଛି ଏକତ୍ରିତ ବିଶ୍ୱର ଶକ୍ତି । “ଦି ଆର୍ଥ ସଙ୍ଗ” ମାଧ୍ୟମରେ ଏହି ଥିମକୁ ପ୍ରଦର୍ଶନ କରାଯିବ । ଏହାର ମୁଖ୍ୟଚରିିତ୍ର “ମଦର ଆର୍ଥ”ରେ ରହିବେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ।

ପ୍ରାୟ ୪୦ ମିନିଟ ଧରି ହେବାକୁ ଥିବା ଏହି ନୃତ୍ୟରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରଣଜିତ ବାରୋଟଙ୍କ ସଙ୍ଗୀତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୂର ମହାଜନ । ଦେଶୀ ଓ ବିଦେଶୀ ଶୈଳୀରେ  ନୃତ୍ୟ ପରିବେଷଣ କରିବେ । କଳିଙ୍ଗ ଷ୍ଟାଡିୟମ୍ ଉଦଘାଟନୀ ମଂଚରେ  ଜାଜ୍, ବାଲେ, ଆଫ୍ରୋ, ଓଡିଶୀ, ମୋହିନିଆଟ୍ଟମ ଏବଂ କଥକ ପରବେଷଣ କରିବେ ମାଧୁରୀ ଦୀକ୍ଷିତ୍।

ସମ୍ବନ୍ଧିତ ଖବର