ଏସୀୟ ଟାଏକୋଣ୍ଡୋରେ ଭାଗନେବେ ମଧୁସ୍ମିତା

ଭୁବନେଶ୍ୱର: ତୃତୀୟ ଏସୀୟ କ୍ୟାଡେଟ୍‌ ପୁମ୍‌ସ‌ା ତାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକମାତ୍ର ଓଡ଼ିଆ ଭାବେ ମଧୁସ୍ମିତା ମହାନ୍ତି ୧୯ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଟାଏକୋଣ୍ଡୋ ମହାସଂଘ ପକ୍ଷରୁ ଜମ୍ମୁଠାରେ ଆୟୋଜିତ ଚୟନ ଶିବିରରେ ମଧୁସ୍ମିତା ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଏହି ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଚଳିତ ମାସ ୨୦ ତାରିଖରୁ ଜୋର୍ଡାନର ଅମାନଠାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଳଟିକା ଗ୍ରାମର ହରମୋହ ମହାନ୍ତି ଓ ମହିମାରାଣୀ ମହାନ୍ତିଙ୍କ ଝିଅ ହେଉଛନ୍ତି ମଧୁସ୍ମିତା।

ସମ୍ବନ୍ଧିତ ଖବର